ETV Bharat / sports

ରିଅଲ ମାଦ୍ରିଦ କ୍ୟାପଟେନ ସର୍ଗିଓ ରାମୋସଙ୍କୁ କୋରୋନା - ଆହତ ସର୍ଗିଓ ରାମୋସ

ମାଂସପେଶୀ ଜନିତ ଆହତ କାରଣରୁ ରାମୋସ ଏପ୍ରିଲ ଆରମ୍ଭରୁ ଟିମରୁ ବାଦ ପଡିଥିଲେ, ସୁସ୍ଥ ହେବାକୁ ତାଙ୍କୁ ପ୍ରାୟ 6 ସପ୍ତାହ ସମୟ ଲାଗିବ । ଅଧିକ ପଢନ୍ତୁ...

Real Madrid captain Ramos tests Coronavirus positive
ରିଅଲ ମାଦ୍ରିଦ କ୍ୟାପଟେନ ସର୍ଗିଓ ରାମୋସଙ୍କୁ କୋରୋନା
author img

By

Published : Apr 13, 2021, 10:15 PM IST

ମାଦ୍ରିଦ: ରିଅଲ ମାଦ୍ରିଦ କ୍ୟାପଟେନ ତଥା ଡିଫେଣ୍ଡର ସର୍ଗିଓ ରାମୋସ କୋରୋନା ପଜିଟିଭ । ଏନେଇ ମଙ୍ଗଳବାର ସ୍ପାନିସ କ୍ଳବ ଘୋଷଣା କରିଛି ।

ମାଂସପେଶୀ ଜନିତ ଆହତ କାରଣରୁ ରାମୋସ ଏପ୍ରିଲ ଆରମ୍ଭରୁ ଟିମରୁ ବାଦ ପଡିଥିଲେ । ସୂଚନା ଅନୁଯାୟୀ ସୁସ୍ଥ ହେବାକୁ ତାଙ୍କୁ ପ୍ରାୟ 6 ସପ୍ତାହ ସମୟ ଲାଗିପାରେ ।

ଶନିବାର ସେ ବାର୍ସେଲୋନା ବିପକ୍ଷ ମ୍ୟାଚ ଖେଳିପାରିନଥିଲେ । ରିଅଲ ମାଦ୍ରିଦ ଏହି ମ୍ୟାଚରେ ବାର୍ସେଲୋନାକୁ 2-1ରେ ହରାଇଥିଲା । ଏଥିସହ ଗତ ସପ୍ତାହରେ ଖେଳାଯାଇଥିବା ଲିଭରପୁଲ ବିପକ୍ଷ ଚମ୍ପିଆନ୍ସ ଲିଗ କ୍ବାର୍ଟର ଫାଇନାଲ ପ୍ରଥମ ଲିଗ ମ୍ୟାଚ ମଧ୍ୟ ଖେଳିବାରୁ ବଞ୍ଚିତ ହୋଇଥିଲେ ।

ଆହତ କାରଣରୁ ରାମୋସ ଆସନ୍ତା ବୁଧବାର ଲିଭରପୁଲ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ବିତୀୟ ଲିଗ୍‌ ମ୍ୟାଚ ମଧ୍ୟ ଖେଳିପାରିବେନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.