ETV Bharat / sports

ୟୁଇଏଫଏ ଚମ୍ପିଆନ୍ସ ଲିଗ: ଫାଇନାଲରେ ପିଏସଜିର ପରାସ୍ତ ପରେ ଫ୍ୟାନ୍ସଙ୍କ ପୋଡାଜଳା

author img

By

Published : Aug 24, 2020, 12:07 PM IST

ପିଏସଜିର ପରାସ୍ତ ପରେ ଫ୍ୟାନ୍ସମାନେ ଅସନ୍ତୋଷ ଜାହିର କରିଥିଲେ । ଫ୍ୟାନ୍ସମାନେ ପର୍ତ୍ତୁଗାଲର ରାଜଧାନୀ ଲିସବନ ରାସ୍ତାରେ ପୋଡାଜଳା କରିଥିଲେ । ପଶ୍ଚିମ ପ୍ୟାରିସରେ ଭିଡକୁ ନୟନ୍ତ୍ରଣ କରିବାକୁ ଲୁହବୁହା ଗ୍ୟାସ ପୋଲିସକୁ ଛାଡିଥିଲା ।

UEFA Champions League
Fans burn afterUEFA Champions League

ଲିସବନ: 50 ବର୍ଷ ପରେ ପ୍ରଥମ ଥର ପାଇଁ ପିଏସଜି ଟିମ ୟୁଇଏଫଏ ଚମ୍ପିଆନ୍ସ ଲିଗ ଫାଇନାଲ ମ୍ୟାଚରେ ପ୍ରବେଶ କରିଥିଲା । କିନ୍ତୁ ଟାଇଟେଲ ହାତେଇବାର ସ୍ବପ୍ନ ଭାଙ୍ଗି ଦେଇଛି ବିପକ୍ଷ ଚମ୍ପିଆଲ ଟିମ ବେୟର୍ନ ମୁନିଚ ।

ତେବେ ପିଏସଜିର ପରାସ୍ତ ପରେ ଫ୍ୟାନ୍ସମାନେ ଅସନ୍ତୋଷ ଜାହିର କରିଥିଲେ । ଫ୍ୟାନ୍ସମାନେ ପର୍ତ୍ତୁଗାଲର ରାଜଧାନୀ ଲିସବନ ରାସ୍ତାରେ ପୋଡାଜଳା କରିଥିଲେ । ଏଥିସହ ପୋଲିସ-ପ୍ରଶଂସକ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଆହୁରି ମଧ୍ୟ ପ୍ୟାରିସର ସାର୍ବଜନିକ ସ୍ଥାନରେ 100ରୁ ଅଧିକ ଲୋକଙ୍କୁ ମ୍ୟାଚ ଦେଖିବାକୁ ବାରଣ କରିବାବେଳେ ସେମାନେ ମାନିଥିଲେ,ସେମାନଙ୍କୁ ସେଠାରୁ ହଟେଇବାକୁ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ଏଥିସହ ସେମାନେ ସାମାଜିକ ଦୂରତା ମଧ୍ୟ ଅବଲମ୍ବନ କରୁନଥିଲେ ଓ ମାସ୍କ ମଧ୍ୟ ପିନ୍ଧି ନଥିଲେ ।

ଅନ୍ୟପଟେ ପଶ୍ଚିମ ପ୍ୟାରିସରେ ଭିଡକୁ ନୟନ୍ତ୍ରଣ କରିବାକୁ ଲୁହବୁହା ଗ୍ୟାସ ପୋଲିସକୁ ଛାଡିବାକୁ ବାଧ୍ୟ ହୋଇଥିଲା ।ସରକାର ଚ୍ୟାମ୍ସ ଏଲିସେରେ 3ହଜାରରୁ ପୋଲିସ କର୍ମଚାରୀଙ୍କୁ ନିଯୁକ୍ତ କରିଥିଲେ । 2ହଜାରରୁ ଅଧିକ ମାସ୍କ ବିତରଣ କରିଥିଲେ । ଏତେ ସୁରକ୍ଷା ମଧ୍ୟରେ ବି ପ୍ୟାରିସ ସେଣ୍ଟ ଜର୍ମାନର ପରାସ୍ତ ପରେ ନିରାଶ ଫ୍ୟାନ୍ସମାନେ ଗାଡି ଗୁଡିକ ଜାଳି ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.