ଲଣ୍ଡନ: ଅଭ୍ୟାସକୁ ଫେରିବ ପ୍ରିମିୟର ଲିଗ ଫୁଟବଲ। ସମସ୍ତ କ୍ଳବ ନେଇ ସହମତି ପ୍ରଦାନ କରିଥିବା ଜଣାପଡିଛି । ଅଭ୍ୟାସ ଆରମ୍ଭର ତାରିଖ ମେ 19କୁ ଧାର୍ଯ୍ୟ କରାଯାଇଛି ।
ତେବେ ଖେଳାଳିଙ୍କୁ ଏକତ୍ର ପରିବର୍ତ୍ତେ ଛୋଟ ଗ୍ରୁପରେ ବିଭକ୍ତ କରାଯିବ । ସୁରକ୍ଷାକୁ ଧ୍ୟାନରେ ରଖି ସମସ୍ତ ଆବଶ୍ୟକୀୟ ଗାଇଡଲାଇନର ପାଳନ କରାଯିବ । ଏହା ପ୍ରିମିୟର ଲିଗ ଆରମ୍ଭରୁ ପ୍ରଥମ ପଦକ୍ଷେପ ବୋଲି ଏକ ଅଫିସିଆଲ ଘୋଷଣାନାମାରେ କ୍ଳବ ପକ୍ଷରୁ କୁହାଯାଇଛି ।
ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ମାର୍ଚ୍ଚରୁ ପ୍ରିମିୟର ଲିଗ ବାତିଲ ନେଇ ଘୋଷଣା କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ