ETV Bharat / sports

ଓଡ଼ିଶା ମହିଳା ଲିଗ: ଦ୍ଵିତୀୟ ମ୍ୟାଚରେ ପୂର୍ବତଟ ରେଳବାଇ ବିଜୟୀ

author img

By

Published : Mar 2, 2021, 8:48 PM IST

ଓଡିଶା ମହିଳା ଫୁଟବଲ ଲିଗ୍‌ର ଦ୍ଵିତୀୟ ମ୍ୟାଚ ଜିତିଲା ପୂର୍ବତଟ ରେଳବାଇ ଟିମ । ଅଧିକ ପଢନ୍ତୁ...

OWL: East Coast railway won 2nd match of league vs OPG
ଓଡ଼ିଶା ମହିଳା ଲିଗ: ଦ୍ଵିତୀୟ ମ୍ୟାଚରେ ପୂର୍ବତଟ ରେଳବାଇ ବିଜୟୀ

ଭୁବନେଶ୍ବର: ଓଡିଶା ମହିଳା ଫୁଟବଲ ଲିଗ୍‌ର ଦ୍ଵିତୀୟ ମ୍ୟାଚ ଜିତିଲା ପୂର୍ବତଟ ରେଳବାଇ ଟିମ । କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଏହି ମ୍ୟାଚ ଖେଳାଯାଇଥିଲା।

ଓଡିଶା ଫୁଟବଲ ଆସୋସିଏସନ ଓ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଲିଗ୍‌ରେ ମଙ୍ଗଳବାର, ଟିଓପିଜି କ୍ଳବ ଓ ପୂର୍ବତନ ରେଳବାଇ (ଇଷ୍ଟ କୋଷ୍ଟ ରେଲୱେ) ମଧ୍ୟରେ ଖେଳା ଯାଇଥିଲା। ଯେଉଁଥିରେ ପୂର୍ବତନ ରେଳବାଇର ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ କରିବା ସହ ବିପକ୍ଷ ଦଳକୁ 3-1ଗୋଲ୍‌ରେ ପରାସ୍ତ କରିଥିଲେ।

ମ୍ୟାଚ ଆରମ୍ଭରୁ ରେଳବାଇ ଟିମ ଆକ୍ରମଣାତ୍ମକ ରଣନୀତି ସହ ଖେଳିଥିଲା । ଟିମ ପକ୍ଷରୁ ସରୋଜିନୀ ତିର୍କୀ 23 ମିନିଟରେ ପ୍ରଥମ ଗୋଲ କରିଥିଲେ। ପରେ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଆଉ କୌଣସି ଗୋଲ ହୋଇ ପାରିନଥିଲା । ଦ୍ବିତୀୟାର୍ଦ୍ଧରେ ରେଳବାଇ ଟିମ 2ଟି ଗୋଲ୍‌ ଓ ଓଜିପି କ୍ଳବ ଗୋଟିଏ ଗୋଲ୍‌ କରିବାକୁ ସମର୍ଥ ହୋଇଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.