ETV Bharat / sports

ରାଜଧାନୀର ବିଭିନ୍ନ ସ୍କୁଲରୁ ଫୁଟବଲ ପ୍ରତିଭା ଖୋଜୁଛି ଓଡିଶା ଏଫ୍‌ସି

author img

By

Published : Feb 16, 2020, 9:54 PM IST

ରାଜ୍ୟରୁ ନୂତନ ଫୁଟବଲର ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିଭା ଅନ୍ବଷେଣ କାର୍ଯ୍ୟକ୍ରମ କରୁଛି ଓଡିଶା ଏଫ୍‌ସି ।

odisha fc
odisha fc

ଭୁବନେଶ୍ବର: ଓଡିଶା ଏଫ୍‌ସିର 2ୟ ପର୍ଯ୍ୟାୟ ପ୍ରତିଭା ଅନ୍ବଷେଣ । ଭୁବନେଶ୍ବରରେ ଓଡିଶାର ନିଜର ଫୁଟବଲ କ୍ଲବ ଓଡିଶା ଏଫ୍‌ସି ତୃଣମୂଳ ସ୍ତରରେ ଫୁଟବଲକୁ ଲୋକପ୍ରିୟ କରାଇବା ପାଇଁ ଆରମ୍ଭରୁ ପ୍ରୟାସ ଜାରି ରଖିଛି । ଏଥିପାଇଁ ବିଭିନ୍ନ ସ୍କୁଲ କଲେଜରେ ଫୁଟବଲ ପ୍ରତି ଯୁବ ବର୍ଗର ଆଗ୍ରହ ବୃଦ୍ଧି କରିବା ପାଇଁ ଅନେକ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଖାସ୍‌ କରି ରାଜ୍ୟରୁ ନୂତନ ଫୁଟବଲର ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିଭା ଅନ୍ବଷେଣ କାର୍ଯ୍ୟକ୍ରମ କରାଯାଉଛି ।

ଓଡିଶା ଏଫ୍‌ସିର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

ପ୍ରଥମ ପର୍ଯ୍ୟାୟରେ କଟକ ,ଭୁବନେଶ୍ବର ଓ ରାଉରକେଲାରୁ କିଛି ପ୍ରତିଭାଙ୍କୁ ବଛା ଯାଇଥିଲା । ସେମାନେ ରବିବାର ଦିନ ଭୁବନେଶ୍ବର ୟୁନିଟ 6ରେ ଥିବା ସରକାରୀ ବାଳକ ବିଦ୍ୟାଳୟ ପଡିଆରେ ଆୟୋଜିତ 2ୟ ପର୍ଯ୍ୟାୟ ପ୍ରତିଭା ଅନ୍ବଷେଣ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଛନ୍ତି । ଯେଉଁଥିରେ 18ବର୍ଷରୁ କମ୍‌ ବର୍ଗର ଖେଳାଳିମାନେ ଭାଗ ନେଇଛନ୍ତି ।

ତେବେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଓଡିଶାର ତୃଣମୂଳ ସ୍ତରରୁ ଫୁଟବଲରଙ୍କୁ ଆଗାମୀ ହିରୋ ଇଲାଇଟ ଲିଗରେ ଅଂଶଗ୍ରହଣ କରିବାର ସୁଯୋଗ ପ୍ରଦାନ କରିବା । ଏଥିସହ ସେମାନେ କ୍ଲବର ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ତାଙ୍କର ଦକ୍ଷତାକୁ ଆହୁରି ବୃଦ୍ଧି କରି ପାରିବେ ଓ ଭବିଷ୍ୟତର ସିନିୟର ଭାରତୀୟ ଦଳ, ଆଇଏସଏଲ ଭଳି ପ୍ରତିଯୋଗିତା ପାଇଁ ନିଜର କରିବେ ବୋଲି କହିଛନ୍ତି ଦଳର ଗ୍ରାସ ରୁଟ କୋଚ ମହାବୀର ନାଥ ଓ ମ୍ୟାନେଜର ସାୟନ୍ତ ଗାଙ୍ଗୁଲି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.