ETV Bharat / sports

SAFF U-19 Womens Football Championship: ଭାରତୀୟ ଦଳରେ ଓଡ଼ିଆ ଝିଅ ସାମିଲ

author img

By

Published : Dec 7, 2021, 9:25 PM IST

୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ ସାମିଲ ହେଲେ ଓଡ଼ିଆ ଝିଅ ମଞ୍ଜୁ । ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପାଇଛନ୍ତି ସୁନ୍ଦରଗଡ଼ ସ୍ପୋର୍ଟ୍ସ ହଷ୍ଟେଲର ମଞ୍ଜୁ । ଅଧିକ ପଢ଼ନ୍ତୁ

SAFF U-19 Womens Football Championship: ଭାରତୀୟ ଦଳରେ ଓଡ଼ିଆ ଝିଅ ସାମିଲ
SAFF U-19 Womens Football Championship: ଭାରତୀୟ ଦଳରେ ଓଡ଼ିଆ ଝିଅ ସାମିଲ

ଭୁବନେଶ୍ବର: ବାଂଲାଦେଶରେ ହେବାକୁ ଥିବା ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ଦଳରେ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପାଇଛନ୍ତି ସୁନ୍ଦରଗଡ଼ ସ୍ପୋର୍ଟ୍ସ ହଷ୍ଟେଲର ମଞ୍ଜୁ । ସେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ଅଞ୍ଚଳର ବେମତା ଗ୍ରାମର ବାସିନ୍ଦା ।

ବାଲାଂଦେଶରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ଆୟୋଜକ ବାଂଲାଦେଶ ସହ ଶ୍ରୀଲଙ୍କା, ଭୁଟାନ ଓ ନେପାଳ ଆଦି ଦେଶ ଭାଗ ନେବେ । ଡିସେମ୍ବର ୧୯ ତାରିଖରେ ନେପାଳ ଓ ଭାରତ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ୨୩ ଜଣିଆ ଦଳ ଘୋଷଣା କରିଛି । ଏହାକୁ ନେଇ ଭାରତର ୧୯ ବର୍ଷରୁ କମ୍‌ ଭାରତୀୟ ଦଳ ଜୋରଦାର ଅଭ୍ୟାସ ଜାରି ରଖିଛି ।

ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୧୧ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨୨ ତାରିଖ ଯାଏଁ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ବାଂଲାଦେଶର ରାଜଧାନୀ ଢାକାରେ ଖେଳାଯିବ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.