ପାଣାଜି: କୋରୋନା ମହାମାରୀ ମଧ୍ୟରେ ଆରମ୍ଭ ହୋଇଥିବା 2020-11 ହିରୋ ଇଣ୍ଡିଆନ ସୁପରଲିଗ (ଆଇଏସଏଲ) ଦ୍ବିତୀୟ ମ୍ୟାଚରେ ନର୍ଥ ଇଷ୍ଟ ୟୁନାଇଟେଡ ଏଫସି ମୁମ୍ବାଇ ସିଟି ଏଫସିକୁ ଭେଟିଛି । ISL-7ର 2ୟ ମ୍ୟାଚ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି ଓ ମୁମ୍ବାଇ ସିଟି ଏଫ୍ସିକୁ 1-0 ଗୋଲରେ ପରାସ୍ତ କରିଛି ।
-
FULL-TIME | #NEUMCFC
— Indian Super League (@IndSuperLeague) November 21, 2020 " class="align-text-top noRightClick twitterSection" data="
A winning start for @NusGerard as head coach of @NEUtdFC 👏#HeroISL #LetsFootball pic.twitter.com/lqkWPaQPEw
">FULL-TIME | #NEUMCFC
— Indian Super League (@IndSuperLeague) November 21, 2020
A winning start for @NusGerard as head coach of @NEUtdFC 👏#HeroISL #LetsFootball pic.twitter.com/lqkWPaQPEwFULL-TIME | #NEUMCFC
— Indian Super League (@IndSuperLeague) November 21, 2020
A winning start for @NusGerard as head coach of @NEUtdFC 👏#HeroISL #LetsFootball pic.twitter.com/lqkWPaQPEw
ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି ଓ ମୁମ୍ବାଇ ସିଟି ଏଫ୍ସି ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚର ପ୍ରଥମାର୍ଧରେ ଜୋରଦାର ଆକ୍ରମଣ କରିଥିଲେ । ଖେଳର ପ୍ରଥମାର୍ଧରେ ମୁମ୍ବାଇର ଆହମ୍ମଦ ଜହୋଉଙ୍କୁ ରେଡ କାର୍ଡ ଦେଖାଯାଇଥିଲା । ଫଳରେ ମୁମ୍ବାଇ ସିଟି ଏଫସି 10 ଜଣ ଖେଳାଳିଙ୍କ ଦ୍ବାରା ଖେଳିଥିଲା । ନର୍ଥ ଇଷ୍ଟ ୟୁନାଇଟେଡ ଏଫସି ତରଫରୁ କ୍ବେସି ଆପିହ୍ବା ମ୍ୟାଚର 49 ତମ ମିନିଟରେ ଏକମାତ୍ର ଗୋଲ ସ୍କୋର କରିଥିଲେ । ପ୍ଲେନାଲ୍ଟିରୁ ରୱଲିନସ୍ ବୋର୍ଜେସଙ୍କ ସଟକୁ ସେ ଗୋଲରେ ପରିଣତ କରିଥିଲେ । ଏହି ମ୍ୟାଚରେ ବିଜୟ ହୋଇ ଗୁରୁତ୍ବ ପୂର୍ଣ୍ଣ 3 ପଏଣ୍ଟ ହାସଲ କରିଛି ନର୍ଥ ଇଷ୍ଟ ୟୁନାଇଟେଡ ଏଫସି ।
ଚଳିତ ଥର ନୂତନ ଭାବେ ନ୍ୟୁସ ଗେରାର୍ଡ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସିର ମୁଖ୍ୟ କୋଚ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ସେହିପରି ମୁମ୍ବାଇ ସିଟି ଏଫସିର କୋଚ ଭାବରେ ଚଳିତ ବର୍ଷ ସର୍ଜିଅ ଲୋବେରୋ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ପୂ୍ର୍ବରୁ ଏଫସି ଗୋଆର କୋଚ ଥିଲେ ।