ରିଓ ଡି ଜେନେରିଓ: ବ୍ରାଜିଲର ଷ୍ଟାର ଫୁଟବଲ ଖେଳାଳି ନେମାରଙ୍କ ବିରୁଦ୍ଧରେ ଆସିଛି ଏକ ଗୁରୁତର ଅଭିଯୋଗ । ସାଓ ପାଓଲୋ ଥାନାରେ ହୋଇଛି ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ମେ ମାସ 15 ତାରିଖରେ ପ୍ୟାରିସ୍ର ଏକ ହୋଟଲରେ ହୋଇଥିବା ଅଭିଯୋଗକାରୀ ଅଭିଯୋଗ ପତ୍ରରେ କହିଛନ୍ତି । ସେପଟେ ନେମାର ଏହାକୁ ଖାରଜ କରିଛନ୍ତି । ନେମାର କହିଛନ୍ତି, ମୋତେ ଜାଣିଶୁଣି ଫସାଇବାକୁ ପ୍ରୟାସ କରାଯାଉଛି।
ପ୍ରକାଶିତ ଖବର ମୁତାବକ, ନେମାର ବାପା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଯୁବତୀ ଜଣକ ତାଙ୍କ ପୁଅକୁ ବ୍ଲାକମେଲଂ କରି ଟଙ୍କା ନେବା ପାଇଁ ଏପରି ଅଭିଯୋଗ କରିଛନ୍ତି ।
ପୀଡିତାଙ୍କ କହିବାନୁସାରେ, ସେ ନେମାରଙ୍କ ସହ ଇନଷ୍ଟାଗ୍ରାମ୍ ଜରିଆରେ ସାଙ୍ଗ ହୋଇଥିଲେ । ନେମାର ତାଙ୍କୁ ପ୍ୟାରିସର ଏକ ହୋଟଲରେ ଭେଟ କରିବାକୁ ଡାକିଥିଲେ । ଏହି ସମୟରେ ତାଙ୍କ ସହ ଏପରି ଅଘଟଣ ଘଟିଛି ।
ତେବେ ନେମାର ଏହି ଅଭିଯୋଗକୁ ମିଛ କହିଛନ୍ତି । ଏଥିସହ ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ସେଥିରେ ସେ ତାଙ୍କ ଉପରେ ଲାଗିଥିବା ଆରୋପକୁ ମିଥ୍ୟା ବୋଲି କହିଛନ୍ତି ।
ନେମାର କହିଛନ୍ତି ଯେ, ମୋ ଉପରେ ଲାଗିଥିବା ଅଭିଯୋଗ ବହୁତ ଗୁରୁତର । ଏହି ଅଭିଯୋଗ ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଏଥିସହ ବହୁତ ଖରାପ ଲାଗିଲା । ମୋ ଚରିତ୍ର ବିଷୟରେ ଯେଉଁମାନେ ଜାଣିଛନ୍ତି ସେମାନେ ଜାଣିଥିବେ ମୁଁ ଏପରି କେବେ କରିବି ନାହିଁ ବୋଲି ନେମାର ସଫେଇ ଦେଇଛନ୍ତି ।