ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ବରରେ ଖେଳାଯିବ AFC ମହିଳା ଏସିଆନ କପ 2022 । ଏହି ସମ୍ନାନଜନକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିଛି ଭାରତ । ଦେଶ ତିନୋଟି ଭେନ୍ୟୁ ମଧ୍ୟରେ କଳିଙ୍ଗ ଷ୍ଟାଡିୟମ ରହିଛି ।
ଟ୍ରାସଷ୍ଟାଡିୟା, ଅହମ୍ମଦାବାଦ, କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ବର ଓ ଡି.ୱାଇ ପାଟିଲ ଷ୍ଟାଡିୟମ ନବି ମୁମ୍ବାଇରେ ଖେଳାଯିବ ଏହି ମେଗା ମହିଳା ଫୁଟବଲ ପ୍ରତିଯୋଗିତା । ଏନେଇ ସ୍ପଷ୍ଟକଲେ ସର୍ବଭାରତୀୟ ଫୁଟବଲ ମହାସଂଘ(AIFF)ର ସଭାପତି ପ୍ରଫୁଲ୍ଲ ପଟେଲ । 2022 ଜାନୁଆରୀ 20ରୁ ଫେବ୍ରୁଆରୀ 6ପର୍ଯ୍ୟନ୍ତ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ