କୋଲକାତା: ପୂର୍ବତନ ଭାରତୀୟ ତଥା ମୋହନ ବଗାନ ଖେଳାଳି ପ୍ରଣବ ଗାଙ୍ଗୁଲିଙ୍କ ପରଲୋକ । ହୃଦଘାତର ଶିକାର ହେବାପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁବେଳକୁ ତାଙ୍କୁ 75 ବର୍ଷ ବୟସ ହୋଇଥିଲା । 1969 IFA ସିଲ୍ଡ ବିଜୟରେ ଇଷ୍ଟ ବେଙ୍ଗଲ ବିପକ୍ଷରେ ପ୍ରଣବଙ୍କ ଡବଲ୍ ଷ୍ଟ୍ରାଇକ ଆଜି ବି ସ୍ମରଣୀୟ ପ୍ରଦର୍ଶନ ହୋଇରହିଛି ।
ଗତ କିଛି ଦିନ ଧରି ଶ୍ବାସକ୍ରିୟା ଜନିତ ଅସୁବିଧାରେ ଥିଲେ ପ୍ରଣବ ଓ ପରେ ଶୁକ୍ରବାର ପାର୍କ ସର୍କସ ରେସିଡେଣ୍ଟରେ ହୃଦଘାତର ଶିକାର ହୋଇଥିଲେ । 1969 ମାର୍ଡେକା କପ୍ରେ ଭାରତୀୟ ଟିମର ସଦସ୍ୟ ରହିଥିଲେ ।
ବେଙ୍ଗଲ ପକ୍ଷରୁ ସନ୍ତୋଷ ଟ୍ରଫି ଖେଳିବା ସହ ଅନ୍ୟତମ ସଫଳ ଖେଳାଳି ଥିଲେ । 1967ରୁ 1969 ଓ 1971ରେ ଅଂଶଗ୍ରହଣ କରି 1969 ଓ 1971ରେ ଟାଇଟଲ ବିଜୟୀ ସଦସ୍ୟ ରହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ