ବାର୍ସେଲୋନା: ଷ୍ଟାର ଷ୍ଟ୍ରାଇକର ଲିଓନେଲ ମେସି ଛାଡିପାରନ୍ତି ବାର୍ସେଲୋନା କ୍ଳବ । 2021ରେ ବାର୍ସେଲୋନା ସହ ତାଙ୍କର ଚୁକ୍ତି ଶେଷ ହେଉଛି । ତେବେ ମେସି ଏହି ଚୁକ୍ତିକୁ ଆଗକୁ ବଢାଇବାକୁ ଅନିଚ୍ଛା ପ୍ରକାଶ କରୁଥିବା ଏକ ରିପୋର୍ଟରେ ଦର୍ଶାଯାଇଛି ।

ମେସି କ୍ଳବର ସର୍ବକାଳୀନ ସର୍ବାଧିକ ଗୋଲ ସ୍କୋରର ରହିଛନ୍ତି । କ୍ଳବ ପକ୍ଷରୁ 2023 ପର୍ଯ୍ୟନ୍ତ ଚୁକ୍ତି ନେଇ ଆଶା ରଖାଯାଇଛି । ମାତ୍ର ସ୍ପାନିସ ରେଡିଓ ଷ୍ଟେସନ କାଡେନା ସେର ଅନୁଯାୟୀ, 33ବର୍ଷୀୟ ଷ୍ଟାର ଖେଳାଳି କ୍ଳବ ସହ ସଂପର୍କ ଛିନ୍ନ କରିବାକୁ ଚାହାନ୍ତି ।

2017ରେ ବାର୍ସେଲୋନା ସହ ମେସିଙ୍କ ଚୁକ୍ତି ହୋଇଥିଲା । ଏହାକୁ ଆଗକୁ ନ ବଢାଇବା ପାଇଁ ସେ ଚାହୁଁଥିବା ରିପୋର୍ଟରେ ଦର୍ଶାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ