ବାର୍ସେଲୋନା: ନିଜର ଫୁଟବଲ କ୍ଲବ ଛାଡିବାକୁ ଘୋଷଣା କରିଛନ୍ତି ଷ୍ଟାର ଫୁଟବଲର ଲିଓନେଲ ମେସି । ବିଶ୍ବର ଏହି ସର୍ବଶ୍ରେଷ୍ଠ ଷ୍ଟ୍ରାଇକରଙ୍କୁ ବାର୍ସେଲୋନା ଛାଡିବାକୁ ହେଲେ 6 ହଜାର କୋଟି ଟଙ୍କା ଭରିବାକୁ ପଡିବ ବୋଲି ଲା ଲିଗା କହିଛି ।
ଲା ଲିଗା ରବିବାର କହିଛି ଯେ, ମେସିଙ୍କ କ୍ଲବ ସହ ଚୁକ୍ତିର ସମୟ ଅବଧି ସମାପ୍ତ ହୋଇନାହିଁ । ନିୟମ ଅନୁସାରେ ଲା ଲିଗା ସ୍ପେନ ଫୁଟବଲ ମହାସଂଘ ସହ ପଞ୍ଜୀକୃତ ଖେଳାଳି ସ୍ବାକ୍ଷରିତ ଚୁକ୍ତି ପୂର୍ବରୁ ଦଳ ଛାଡିଲେ ନିୟମ ଅନୁସାରେ ଲାଗୁ ହୋଇଥିବା ଅର୍ଥ ଭରିବାକୁ ପଡିବ ।
ଏପଟେ ରବିବାର ଟିମର ଖେଳାଳିଙ୍କ ମେଡିକାଲ ଟେଷ୍ଟ ହେବାର ଥିଲା । ତେବେ ମେସି ସେଥିରେ ସାମିଲ ହୋଇ ନଥିଲେ ।