ETV Bharat / sports

କୋପା ଆମେରିକା ବିଜୟ ପରେ ଭିଡିଓ କଲ୍‌ରେ ପ୍ରଥମେ ପତ୍ନୀଙ୍କୁ ଜଣାଇଲେ ମେସି

author img

By

Published : Jul 11, 2021, 4:15 PM IST

ବ୍ରାଜିଲକୁ 1-0ରେ ହରାଇ ଆର୍ଜେଣ୍ଟିନା 28 ବର୍ଷ ପରେ କୋପା ଆମେରିକା ଟାଇଟେଲ ବିଜୟୀ । ଅଧିକ ପଢନ୍ତୁ...

Messi calls family right after Copa America triumph
କୋପା ଆମେରିକା ବିଜୟ ପରେ ଭିଡିଓ କଲ୍‌ରେ ପ୍ରଥମେ ପତ୍ନୀଙ୍କୁ ଜଣାଇଲେ ମେସି

ରିଓ ଦେ ଜାନିଏରୋ: ବର୍ଷ 1993 ପରେ ମାରାକାନା ଷ୍ଟାଡିୟମରେ ଆର୍ଜେଣ୍ଟିନା କୋପା ଆମେରିକା ଟାଇଟେଲ ବିଜେତା ହେବାପରେ ଷ୍ଟ୍ରାଇକର ଲିଓନେଲ ମେସି ସଙ୍ଗେସଙ୍ଗେ ପରିବାରକୁ ଭିଡିଓ କଲ କରିଥିଲେ । ଏହି ସମୟର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ରବିବାର କୋପା ଆମେରିକା ଫାଇନାଲରେ ବ୍ରାଜିଲକୁ 1-0ରେ ଆର୍ଜେଣ୍ଟିନା ହରାଇବା ପରେ ମେସି ତାଙ୍କର ପତ୍ନୀ ଆଣ୍ଟୋନେଲା ରୋକ୍ୟୁଜୋଙ୍କୁ ଫୋନ କରି ଖୁସି ଖବର ଦେଇଥିଲେ । ପତ୍ନୀ ଓ ତିନୋଟି ସନ୍ତାନଙ୍କୁ ମେସି ଅଧିକ ଭଲପାଆନ୍ତି । ଏହାପରେ ଇନଷ୍ଟାଗ୍ରାମର ଭିଡିଓର ସ୍କ୍ରିନସଟ୍‌ ସହ ଆଣ୍ଟୋନେଲା ଲେଖିଛନ୍ତି, "ତୁମର ଖୁସି ମୋର, ଶୁଭେଚ୍ଛା ।"

କ୍ଳବ ପକ୍ଷରୁ ଖେଳି ଅନେକ ବିରଳ ସଫଳତାର ଅଧିକାରୀ ହୋଇଥିବା ମେସି ପ୍ରଥମ ଅନ୍ତର୍ଜାତୀୟ ଟାଇଟେଲ ବିଜୟ ଅପେକ୍ଷାରେ ରହିଥିଲେ । କୋପା ଆମେରିକା ଟ୍ରଫି ମେସିଙ୍କ ପ୍ରଥମ ଅନ୍ତର୍ଜାତୀୟ ଟ୍ରଫି ହୋଇଛି । ଫାଇନାଲରେ ଗୋଲ୍‌ କରିପାରିନଥିଲ ମେସି, ମାତ୍ର ଟୁର୍ଣ୍ଣାମେଣ୍ଟରେ 5ଟି ଗୋଲ୍‌ ସହ ଗୋଲ୍ଡେନ ବୁଟ୍‌ ଦୌଡରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.