ETV Bharat / sports

ସାରା ବିଶ୍ବରେ ଲୋକପ୍ରିୟତା ହାସଲ କରିଥିଲେ ଫୁଟ୍‌ବଲ୍‌ ମେଷ୍ଟ୍ରୋ ମାରାଡୋନା: ମୋଦି - ଫୁଟ୍‌ବଲ୍‌ ମେଷ୍ଟ୍ରୋ ମାରାଡୋନା

ଫୁଟବଲ୍‌ କିମ୍ବଦନ୍ତୀ ଡିଏଗୋ ମାରାଡୋନାଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ସାରା ବିଶ୍ବର ଲୋକପ୍ରିୟତା ପାଇଛନ୍ତି ମାରାଡୋନା କହିଲେ ମୋଦି । ଅଧିକ ପଢ଼ନ୍ତୁ...

Maradona a football maestro, Marodona enjoyed global popularity,  PM Modi pays tribute to Maradona, ଫୁଟ୍‌ବଲ୍‌ ମେଷ୍ଟ୍ରୋ ମାରାଡୋନା, ମାରାଡୋନାଙ୍କୁ ମୋଦିଙ୍କ ଶ୍ରଦ୍ଧାଞ୍ଜଳି
ସାରା ବିଶ୍ବରେ ଲୋକପ୍ରିୟତା ହାସଲ କରିଥିଲେ ଫୁଟ୍‌ବଲ୍‌ ମେଷ୍ଟ୍ରୋ ମାରାଡୋନା: ମୋଦି
author img

By

Published : Nov 26, 2020, 2:01 PM IST

ନୂଆଦିଲ୍ଲୀ: ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଆର୍ଜେଣ୍ଟିନାର ଏହି ମହାନ ଫୁଟବଲରଙ୍କୁ ଫୁଟ୍‌ବଲ୍‌ ମେଷ୍ଟ୍ରୋ ଯିଏ ସାରା ବିଶ୍ବର ଲୋକପ୍ରିୟତା ପାଇଛନ୍ତି ବୋଲି ମୋଦି କହିଛନ୍ତି ।

ବୁଧବାର 60 ବର୍ଷ ବୟସରେ ଦେହାନ୍ତ ହୋଇଥିବା ମାରାଡୋନା ନିଜ ପ୍ରଶଂସକମାନଙ୍କୁ ‘‘ଫୁଟବଲ ପଡ଼ିଆରେ କିଛି ସର୍ବୋତ୍ତମ ମୁହୂର୍ତ୍ତ’’ ଦେଇଛନ୍ତି ବୋଲି ମୋଦି କହିଛନ୍ତି ।

ମୋଦି ଟ୍ବିଟ କରି କହିଛନ୍ତି, ‘‘ଡିଏଗୋ ମାରାଡୋନା ଫୁଟବଲର ଜଣେ ମେଷ୍ଟ୍ରୋ ଥିଲେ, ଯିଏ ବିଶ୍ବବ୍ୟାପୀ ଲୋକପ୍ରିୟତାକୁ ଉପଭୋଗ କରିଥିଲେ। ତାଙ୍କ କ୍ୟାରିଅର ସାରା ସେ ଫୁଟ୍‌ବଲ୍ ପଡ଼ିଆରେ ଆମକୁ କିଛି ଭଲ ମୂହୁର୍ତ୍ତ ଦେଇଥିଲେ। ତାଙ୍କର ଅକାଳ ବିୟୋଗ ଆମ ସମସ୍ତଙ୍କୁ ଦୁଃଖ ଦେଇଛି। ତାଙ୍କ ଆତ୍ମାର ​ସଦଗତି କାମନା କରୁଛି ।’’

  • Diego Maradona was a maestro of football, who enjoyed global popularity. Throughout his career, he gave us some of the best sporting moments on the football field. His untimely demise has saddened us all. May his soul rest in peace.

    — Narendra Modi (@narendramodi) November 26, 2020 " class="align-text-top noRightClick twitterSection" data=" ">

ଫୁଟବଲ କିମ୍ବଦନ୍ତୀ ପରଲୋକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସମବେଦନା ଜଣାଇ ଟ୍ବିଟ କରି କହିଛନ୍ତି, ‘‘କିମ୍ବଦନ୍ତୀ ଡିଏଗୋ ମାରାଡୋନା ଆମକୁ ଛାଡି ଚାଲିଯାଇଛନ୍ତି । ସେ ଜଣେ ଯାଦୁକର ଥିଲେ ଯିଏ ଫୁଟବଲକୁ ‘ସୁନ୍ଦର ଖେଳ’ କାହିଁକି କୁହାଯାଏ ତାହା ଦେଖାଇ ଦେଇଥିଲେ । ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକ ପ୍ରତି ମୋର ସମବେଦନା ।’’

କଂଗ୍ରେସ ନେତା ଶଶି ଥରୁର କହିଛନ୍ତି, ‘‘RIP ଡିଏଗୋ ମାରାଡୋନା। ଭଗବାନ ତାଙ୍କ ହାତ ପୁଣି ନେଇଯାଇଛନ୍ତି ।’’

ବୁଏନସ ଏରିସର ଟିଗରେ ଜିଲ୍ଲାରେ ନିଜ ବାସଭବନରେ ହୃଦଘାତ ହୋଇ ମାରାଡୋନାଙ୍କର ମୃତ୍ୟୁ ହୋଇଛି ।ମାରାଡୋନାଙ୍କ ଦେହାନ୍ତ ପରେ ଆର୍ଜେଣ୍ଟିନା ସରକାର ତିନି ଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି । 1986 ବିଶ୍ବକପ୍ ଜିତିବା ପାଇଁ ଆର୍ଜେଣ୍ଟିନାକୁ ନେତୃତ୍ବ ନେଇଥିବା ମାରାଡୋନା ଜଣେ ଅନନ୍ୟ ପ୍ରତିଭାବାନ ଖେଳାଳି ଏବଂ ମହାନ ବ୍ୟକ୍ତିତ୍ବ ଥିଲେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.