ETV Bharat / sports

Senior Women's NFC: ସେମିରେ ଓଡିଶାକୁ ଭେଟିବ ମଣିପୁର - ମହିଳା ନ୍ୟାସନାଲ ଫୁଟବଲ ଚାମ୍ପିଅନସିପ୍‌

ଚଳିତ ହିରୋ ସିନିୟର ମହିଳା ନ୍ୟାସନାଲ ଫୁଟବଲ ଚାମ୍ପିଅନସିପ୍‌ ୨୦୨୧/୨୨ ସେମିଫାଇନାଲରେ ଓଡିଶାକୁ ଭେଟିବ ମଣିପୁର । ତାମିଲନାଡୁକୁ ହରାଇ ସେମିଫାଇନାଲ ଟିକେଟ ହାତେଇଛି ଓଡିଶା । ଅଧିକ ପଢନ୍ତୁ

Manipur face Odisha in 2nd semifinal of Senior Women's NFC
Senior Women's NFC: ସେମିଫାଇନାଲରେ ଓଡିଶାକୁ ଭେଟିବ ମଣୀପୁର
author img

By

Published : Dec 6, 2021, 7:02 PM IST

ନୂଆଦିଲ୍ଲୀ: ଚଳିତ ହିରୋ ସିନିୟର ମହିଳା ନ୍ୟାସନାଲ ଫୁଟବଲ( Senior Women's NFC) ଚାମ୍ପିଅନସିପ୍‌ ୨୦୨୧/୨୨ ସେମିଫାଇନାଲରେ ଓଡିଶାକୁ ଭେଟିବ ମଣିପୁର । ବୁଧବାର କେରଳରେ ଏହି ମହାମୁକାବିଲା ଖେଳାଯିବ ।

୨୦ଥର ନ୍ୟାସନାଲ ଚାମ୍ପିଅନ ମଣିପୁର ପ୍ରଥମ କ୍ବାର୍ଟର-ଫାଇନାଲରେ ଆସାମକୁ ୨-୦ରେ ହରାଇ ସେମିରେ ପ୍ରବେଶ କରିଛି । କିରଣବାଳା ଚାନୁ (୯') ଓ ବେବିସାନା ଦେବୀ(୬୫') ଗୋଲ୍‌ ସ୍କୋରର ରହିବା ସହ ଟିମକୁ ଟୁର୍ନାମେଣ୍ଟର ସେମିଫାଇନାଲରେ ପହଞ୍ଚାଇଛନ୍ତି ।

ଅନ୍ୟପଟେ ଓଡିଶା, ତାମିଲନାଡୁର ବିଜୟ ରୋକିବା ସହ ପୂର୍ବରୁ ସେମିଫାଇନାଲ ଟିକେଟ ହାତେଇସାରିଛି । ଓଡିଶା ପକ୍ଷରୁ କରିସ୍ମା ଓରାମ(୨୭') ଓ ସତ୍ୟବତୀ ଖଡିଆ(୩୭')ତମ ମିନିଟରେ ଦୁଇଟି ଦମଦାର ଗୋଲ୍‌ କରିବା ସହ ଟିମକୁ ବିଜୟୀ କରାଇଥିଲେ ।

ସେମିଫାଇନାଲରେ ପହଞ୍ଚିବା ପୂର୍ବରୁ ହରିୟାଣା, ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶକୁ ସାମ୍ନା କରିଥିଲା ଟିମ ଓଡିଶା । ଗ୍ରୁପ Fରେ ଥିବା ଓଡିଶା ୧୮ଟି ଗୋଲ୍‌ କରିବା ସହ ମାତ୍ର ଗୋଟିଏ ଗୋଲ୍‌ ନେଇଥିଲା । ହିରୋ ସିନିୟର ମହିଳା NFCର ଦ୍ବିତୀୟ ସେମିଫାଇନାଲ ମୁକାବିଲା ଡିସେମ୍ବର ୭ରେ EMS ଷ୍ଟାଡିୟମ କାଜିକୋଟ୍‌ରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.