ଲିଡସ: ଚମ୍ପିଆନ୍ସ ଲିଗର ଆଗାମୀ ସଂସ୍କରଣରେ ଭାଗନେଇପାରିବ ମାଞ୍ଚେଷ୍ଟର ସିଟି କ୍ଳବ । କ୍ରୀଡା ପାଇଁ ମଧ୍ୟସ୍ଥି କରୁଥିବା କୋର୍ଟ(CAS), UEFA ଇଭେଣ୍ଟରୁ ମାଞ୍ଚେଷ୍ଟର ସିଟି କ୍ଳବ ଉପରେ ନ୍ୟସ୍ତ ଦୁଇ ବର୍ଷ ବାସନ୍ଦାଦେଶ ପ୍ରତ୍ୟାହାର କରିଛି । ତେବେ କ୍ଳବକୁ 10 ମିଲିୟନ ୟୁରୋ ଆର୍ଥିକ ଦଣ୍ଡ ଆକାରରେ ଦେବାକୁ ନିଷ୍ପତ୍ତି ହୋଇଛି । ପୂର୍ବରୁ 30 ମିଲିୟନ ୟୁରୋ ଦେବାକୁ କୁହାଯାଇଥିଲା ।

ଫେବ୍ରୁଆରୀରେ UEFA ଚମ୍ପିଆନ୍ସ ଲିଗ୍ ଓ ୟୁରୋପ ଲିଗରୁ ଦୁଇବର୍ଷ ପାଇଁ ମାଞ୍ଚେଷ୍ଟର ସିଟିକୁ ବାସନ୍ଦ କରିଥିଲା । ଆର୍ଥିକ ଅନିୟମିତ କ୍ଳବ ଦୋଷୀ ସାବ୍ୟସ୍ତ ହେବା ପରେ ଏହି ଦଣ୍ଡାଦେଶ ହୋଇଥିଲା । ତେବେ ଏହି ନିଷ୍ପତ୍ତି ବିରୋଧରେ CAS ନିକଟରେ ଅପିଲ କରିଥିଲା ମାଞ୍ଚେଷ୍ଟର ସିଟି ।