ମାଦ୍ରିଦ: ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ସ୍ପାନିସ ଫୁଟବଲ ଲିଗ ଲା ଲିଗା ଖେଳାଯାଉଛି । ତେବେ ଜଣେ ଅଜଣା ବ୍ୟକ୍ତି ମ୍ୟାଚ ଖେଳାଯାଉଥିବା ସମୟରେ ପଡିଆ ମଝିକୁ ଚାଲିଆସିଥିଲେ । ଏନେଇ ଲା ଲିଗା ଆୟୋଜକ କମିଟି ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ଗତ ଶନିବାର ଏଫସି ବାର୍ସେଲୋନା ଓ ରିୟଲ ମଲୋରକା ବିପକ୍ଷ ମ୍ୟାଚରେ ଏହି ଘଟଣା ଘଟିଥିଲା । ବ୍ୟକ୍ତି ଜଣଙ୍କ ସାର୍ଟ ପଛରେ ଆର୍ଜେଣ୍ଟିନା ସହ ମେସିଙ୍କ ଜର୍ସି ନଂ 10 ରହିଥିଲା । ଏହାପରେ ସୁରକ୍ଷାକର୍ମୀ ଆସି ତାଙ୍କୁ କାବୁ କରିବା ସହ ବାହାରକୁ ନେଇଥିଲେ ।
ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ପ୍ରାୟ 100ଦିନର ବ୍ୟବଧାନପରେ ଲା ଲିଗା ଲିଗ ଆରମ୍ଭ ହୋଇଛି । ତେବେ ସମସ୍ତ ସରକାରୀ କଟକଣାକୁ ପାଳନ ପାଇଁ ପ୍ରୟାସ କରାଯାଉଛି ।