ମାଦ୍ରିଦ: ବିଶ୍ବରେ ମହାମାରୀ କୋରୋନା ଭାଇରସର ପ୍ରଭାବ କମ ହୋଇନାହିଁ । ମାତ୍ର ଏକାଧିକ କ୍ରୀଡା ଇଭେଣ୍ଟ ଆରମ୍ଭ ନେଇ ପ୍ରସ୍ତୁତି କରୁଛନ୍ତି । ସଦ୍ୟସୂଚନା ଅନୁଯାୟୀ ହାଇଭୋଲଟେଜ ଫୁଟବଲ ଲିଗ ଲା ଲିଗା ଜୁନ 11ରୁ ଆରମ୍ଭ ହେବ । ଏନେଇ ଲା ଲିଗା ସଭାପତି ଜାଭିଏର ତେବାସ ଘୋଷଣା କରିଛନ୍ତି ।
ପୂର୍ବରୁ ମାର୍ଚ୍ଚରୁ ବାତିଲ ହୋଇଥିବା ସ୍ପେନିସ ଫୁଟବଲ ଲିଗ ଜୁନରୁ ଆରମ୍ଭ ହେବ । ତେବେ ସୁରକ୍ଷା ଦୃଷ୍ଟିରୁ କେଉଁ ମାନଙ୍କୁ ଷ୍ଟାଡିୟମ ପ୍ରବେଶ ପାଇଁ ଅନୁମତି ମିଳିବ, ଏନେଇ ପରିଚାଳନା କମିଟି ପ୍ରସ୍ତୁତି କରୁଛି । ସମସ୍ତ ଚାହାନ୍ତି ଷ୍ଟାଡିୟମରେ ମ୍ୟାଚର ଉପଭୋଗ କରିବାପାଇଁ । ମାତ୍ର ବର୍ତ୍ତମାନ ପରିସ୍ଥିତିରେ ଏହା ଅସମ୍ଭବ ବୋଲି ସଭାପତି ଜାଭିଏର ତେବାସ କହିଛନ୍ତି ।
