ETV Bharat / sports

ଲା ଲିଗା: ରିୟଲ ମାଦ୍ରିଦରେ ବେଞ୍ଜେମାଙ୍କ 11ବର୍ଷ ପୂର୍ତ୍ତି - ରିୟଲ ମାଦ୍ରିଦର ଷ୍ଟାର ଖେଳାଳି କରିମ ବେଞ୍ଜେମା

ରିୟଲ ମାଦ୍ରିଦର ଷ୍ଟାର ଖେଳାଳି କରିମ ବେଞ୍ଜେମା ଗୁରବାର କ୍ଳବ ସହ 11 ବର୍ଷ ପୂରଣ କରିଛନ୍ତି । ଫ୍ରେଞ୍ଚ ଫରୱାର୍ଡ ବେଞ୍ଜେମା ଜୁଲାଇ 9 2009ରେ କ୍ଳବରେ ସାମିଲ ହୋଇଥିଲେ ।

Karim Benzema completes 11 years at Real Madrid
ଲା ଲିଗା: ରିୟଲ ମାଦ୍ରିଦରେ ବେଞ୍ଜେମାଙ୍କ 11ବର୍ଷ ପୂର୍ତ୍ତୀ
author img

By

Published : Jul 9, 2020, 6:19 PM IST

ମାଦ୍ରିଦ: ରିଅଲ ମାଦ୍ରିଦର ଷ୍ଟାର ଖେଳାଳି କରିମ ବେଞ୍ଜେମା ଗୁରବାର କ୍ଳବ ସହ 11 ବର୍ଷ ପୂରଣ କରିଛନ୍ତି । ଫ୍ରେଞ୍ଚ ଫରୱାର୍ଡ ବେଞ୍ଜେମା ଜୁଲାଇ 9 2009ରେ କ୍ଳବରେ ସାମିଲ ହୋଇଥିଲେ ।

ଏହାପରେ କ୍ଳବର ପ୍ରମୁଖ୍ୟ ସଦସ୍ୟ ରହିଛନ୍ତି । ମୋଟ 244 ଗୋଲ ସହ ରିୟଲ ମାଦ୍ରିଦ କ୍ଳବ ଇତିହାସରେ 5ମ ସର୍ବାଧିକ ଗୋଲ ସ୍କୋରର ହୋଇଛନ୍ତି । ମୋଟ 508ଟି ମ୍ୟାଚରେ ଖେଳିବା ସହ, 18ଟି ଟାଇଟେଲ ବିଜେତା ସଦସ୍ୟ ରହିଛନ୍ତି ।

29 ଅଗଷ୍ଟ 2009ରେ ଡେପୋର୍ଟିଭୋ ବିପକ୍ଷରେ ସେ ଡେବ୍ୟୁ କରିଥିଲେ । ଲା ଲିଗାର ଜେରଜ କ୍ଳବ ବିପକ୍ଷରେ ପ୍ରଥମ ଗୋଲ ହାସଲ କରିଥିଲେ ।

ବେଞ୍ଜେମା 4ଟି ୟୁରୋପିୟନ କପ, 4ଟି କ୍ଳବ ବିଶ୍ବକପ, 3ଟି ୟୁରୋପିୟନ ସୁପର କପ, 2ଟି ଲା ଲିଗା ଟାଇଟେଲ, ଦୁଇଟି କୋପା ଡେଲ ରେ ଟ୍ରଫି ଓ 3ଟି ସ୍ପାନିସ ସୁପର କନ ଟ୍ରଫି ବିଜେତା ରହିଛନ୍ତି ।

ଚଳିତ ଲା ଲିଗାରେ ବେଞ୍ଜେମାଙ୍କ କ୍ଳବ ରିୟଲ ମାଦ୍ରିଦ 77 ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛି । ଅନ୍ୟପଟେ ପ୍ରତିଦ୍ବନ୍ଦ୍ବୀ ବାର୍ସେଲୋନା ଗୋଟିଏ ପଏଣ୍ଟ ପଛରେ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.