ଭୁବନେଶ୍ବର: ଅଗଷ୍ଟ ୧୬ରୁ ଆରମ୍ଭ ହେବ ମହିଳା ଫୁଟବଲ ଟିମର ଜାତୀୟ କ୍ୟାମ୍ପ୍ । AFC ମହିଳା କପ ଭାରତ ୨୦୨୨ ପାଇଁ ପ୍ରସ୍ତୁତି ଆରମ୍ଭ କରିବ ମହିଳା ଟିମ । ଜାମଶେଦପୁରରେ ଏହି ଜାତୀୟ ଶିବିରର ଆୟୋଜକ କରୁଛି ଝାଡଖଣ୍ଡ ।
ଏହି ଜାତୀୟ କ୍ୟାମ୍ପ ପାଇଁ ମୋଟ ୩୦ଜଣ ଖେଳାଳି ଚୟନ ହୋଇଛନ୍ତି । ଏଥିରେ ଦୁଇ ଓଡିଆ ଖେଳାଳି ଜବାମଣି ଟୁଡୁ ଓ ପ୍ୟାରୀ ଜାଜା ରହିଛନ୍ତି । ଓଡିଶା ସୋର୍ଟ୍ସ ଏହି ଦୁଇ ଖେଳାଳିଙ୍କୁ ଟ୍ବିଟ ଯୋଗେଁ ଶୁଭେଚ୍ଛା ଜଣାଇଛି ।
-
Jharkhand to host Indian Women's National Team camp from August 16 🙌
— Indian Football Team (@IndianFootball) August 13, 2021 " class="align-text-top noRightClick twitterSection" data="
Read 👉 https://t.co/4m10f2HyCW#BackTheBlue 💙 #ShePower 👧 #IndianFootball ⚽ pic.twitter.com/OIYMCJkX6T
">Jharkhand to host Indian Women's National Team camp from August 16 🙌
— Indian Football Team (@IndianFootball) August 13, 2021
Read 👉 https://t.co/4m10f2HyCW#BackTheBlue 💙 #ShePower 👧 #IndianFootball ⚽ pic.twitter.com/OIYMCJkX6TJharkhand to host Indian Women's National Team camp from August 16 🙌
— Indian Football Team (@IndianFootball) August 13, 2021
Read 👉 https://t.co/4m10f2HyCW#BackTheBlue 💙 #ShePower 👧 #IndianFootball ⚽ pic.twitter.com/OIYMCJkX6T
ବର୍ଷ ୨୦୨୨ ଭାରତୀୟ ମହିଳା ଫୁଟ୍ବଲ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । FIFA ୧୭ ବର୍ଷରୁ କମ ମହିଳା ବିଶ୍ବକପର ଆୟୋଜକ ରହିଛି ଭାରତ । ଅକ୍ଟୋବର ୨୦୨୨ରେ ଏହି ମେଗା ଫୁଟବଲ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।
ଜାତୀୟ କ୍ୟାମ୍ପ ପାଇଁ ଚୟନ ହୋଇଥିଲା ଖେଳାଳି:
ଗୋଲକିପର: ଅଦିତି ଚୌହାନ, ସୋମିୟ ନାରାୟଣସାମୀ, ଏମ ଲିନଥୋଙ୍ଗାମ୍ବି ଦେବୀ, ଶ୍ରେୟା ହୁଡ୍ଡା ।
ଡିଫେଣ୍ଡର: ଜବାମଣି ଟୁଡୁ, ଆଶାଲତା ଦେବୀ, ସୁଇଟି ଦେବୀ, ହେମାନ ସିଲକି ଦେବୀ, ମାଇକେଲ କାଷ୍ଟାନା, ରିତୁ ରାନୀ, ରଞ୍ଜନା ଚାନୁ ସୋରୋଖାଇବାମ, ଡବ୍ଲୁ ଲିନ୍ଥୋଇଙ୍ଗାମ୍ବି ଦେବୀ, କ୍ରିତିନା ଦେବୀ ତୌନାଓଜାମ, ଅଞ୍ଜୁ ତମାଙ୍ଗ, ଅସେମ ରୋଜା ଦେବୀ
ମିଡଫିଲ୍ଡର: ଇନ୍ଦୁମତି କାଥିରେସନ, ସଙ୍ଗୀତା ବାସଫରେ, ମାର୍ଟିନା ଥୋକଚମ, ଡାଙ୍ଗମେଇ ଗ୍ରେସ, ସୌମ୍ୟା ଗୁରୁଲୋଥ, ସୁମିତ୍ରା କାମରାଜ, ମାରିୟାମଲ ବାଲମୁରୁଗାନ, ସଞ୍ଜୁ ମନୀଷା
ଫରୱାର୍ଡ: ରେଣୁ, କରିସ୍ମା ଶିରଭୋକର, ସନ୍ଧ୍ୟା ରଙ୍ଗନାଥନ, ସୁମତି କୁମାରୀ, ଦୟା ଦେବୀ, ପ୍ୟାରୀ ଜାଜା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ