ପୁନେ: ଚଳିତ ଇଣ୍ଡିଆନ ସୁପର ଲିଗରେ ଓଡିଶା ଏଫସିର ଦମଦାର ପ୍ରଦର୍ଶନ । ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ 3-2 ଗୋଲରେ ଜବରଦସ୍ତ ବିଜୟ ହାସଲକରିଛି ଓଡିଶା ଟିମ । ଫଳରେ 8ଟି ମ୍ୟାଚ ପରେ ମୋଟ 9ପଏଣ୍ଟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ପହିଞ୍ଚିଛି ଓଡିଶା ଏଫସି । ଅନ୍ୟପଟେ ଓଡିଶାଠାରୁ ପରାସ୍ତ ହେବାପରେ ହାଇଦ୍ରବାଦ ଟିମ 4ପଏଣ୍ଟ ସହ ତାଲିକାର ଶେଷରେ ରହିଛି ।


ମ୍ୟାଚର 65ତମ ମିନିଟରେ ଓଡିଶା ଏଫସି ଖେଳାଳି ବିନିତ ରାୟଙ୍କୁ ବାହାର ହେବାକୁ ପଡିଥିଲା । ପରେ ଅବଶିଷ୍ଟ ସମୟ 10 ଖେଳାଳିଙ୍କୁ ନେଇ ଦଳ ଖେଳିଥିଲା । ମ୍ୟାଚର ପ୍ରଥମ ଅର୍ଦ୍ଧରେ ଓଡିଶା ଏଫସି ପକ୍ଷରୁ କାର୍ଲୋସ ଡେନଗାଡୋ, ଜିକୋ ହର୍ଣ୍ଣାଣ୍ଡିଜ 2ଟି ଗୋଲ ସ୍କୋର କରି 2-0ରେ ଦଳକୁ ଅଗ୍ରଣୀ କରିଥିଲେ । ପରେ ବୋବୋ 3ୟ ଗୋଲ ଦେଇ ଦଳକୁ ବିଜୟ କରିଥିଲେ । ହାଇଦ୍ରାବାଦ 2ଟି ଗୋଲ କରିବାକୁ ସକ୍ଷମ ହୋଇଥିଲା ।