ETV Bharat / sports

ISL: ବିଜୟ ସହ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ଓଡିଶା FC

ଆଜି ଘରୋଇ ଗ୍ରାଉଣ୍ଡରେ ଦଳ ନିଜର ଶେଷ ଲିଗ୍‌ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ ଭେଟୁଛି । ତେଣୁ ବିଜୟ ସହ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ଓଡିଶା ।

author img

By

Published : Feb 23, 2020, 12:02 PM IST

isl-odisha-fc-vs-kerala-blasters
ISL: ବିଜୟ ସହ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ଓଡିଶା FC

ଭୁବନେଶ୍ବର: ଶେଷ ହେବାକୁ ଯାଉଛି ଚଳିତ ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ର ଲିଗ ପର୍ଯ୍ୟାୟ ମ୍ୟାଚ । ଏଥି ସହିତ ଫ୍ରାଞ୍ଚାଇଜ୍‌ ଓଡିଶା ଏଫସିର ଯାତ୍ରା ମଧ୍ୟ ଶେଷ ହେବାକୁ ଯାଉଛି । କାରଣ ପ୍ଲେ ଅଫ ରେସରୁ ବାଦ ପଡି ସାରିଛି ଓଡିଶା । ଆଜି ଘରୋଇ ଗ୍ରାଉଣ୍ଡରେ ଦଳ ନିଜର ଶେଷ ଲିଗ୍‌ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ ଭେଟୁଛି । ତେଣୁ ବିଜୟ ସହ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ଓଡିଶା ।

ଟୁର୍ଣ୍ଣାମେଣ୍ଟରେ ଓଡିଶା 17ଟି ମ୍ୟାଚରୁ 7ଟି ବିଜୟ-ପରାଜୟସ ଓ 3ଟି ଡ୍ର ସହ 24 ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି । ସେହିପରି ବିପକ୍ଷ କେରଳ ମଧ୍ୟ ପ୍ଲେ ଅଫରୁ ବାଦ ପଡିସାରିଛି । କେରଳ ଓଡିଶା ସହ ସମାନ ସଂଖ୍ୟକ ମ୍ୟାଚ ଖେଳି 4ଟି ବିଜୟ, 8ଟି ପରାଜୟ ଓ 6ଟି ଡ୍ର ସହ 18 ପଏଣ୍ଟ ପାଇ ତାଲିକାର 7ମ ସ୍ଥାନରେ ରହିଛି ।

ଘରୋଇ ଦଳ ଆଜି ମ୍ୟାଚ ଜିତି 5ମ ସ୍ଥାନରେ ରହିବାକୁ ଉଦ୍ୟମ କରିବ । ତେବେ ପୂର୍ବରୁ ଖେଳାଯାଇଥିବା କେରଳ ବିପକ୍ଷ ମ୍ୟାଚକୁ ଡ୍ର ରଖିବାକୁ ସକ୍ଷମ ହୋଇଥିଲା ଓଡିଶା । ସେପଟେ ଘରୋଇ ଗ୍ରାଉଣ୍ଡରେ ମଧ୍ୟ ଦଳର ପ୍ରଦର୍ଶନ ବେଶ ଖାସ ରହିଛି । ଖେଳାଯାଇଥିବା 4ଟି ମ୍ୟାଚରୁ 2ଟିରେ ବିଜୟ ଓ 2ଟିରେ ପରାଜୟ ହୋଇଛି । ତେଣୁ ଆଜି ମ୍ୟାଚ ପାଇଁ ଫେଭରେଟ ରହିଛି ଘରୋଇ ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.