ETV Bharat / sports

ଆଜି କଳିଙ୍ଗରେ ISL ଲଢେଇ, ଘରୋଇ ଗ୍ରାଉଣ୍ଡରେ ଓଡିଶା FCର ପ୍ରଥମ ମୁକାବିଲା - କଳିଙ୍ଗ ଷ୍ଟାଡିୟମ ISL ଲଢେଇ

କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଇଣ୍ଡିଆନ ସୁପର ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନ୍ୟତମ ମ୍ୟାଚ । ଓଡିଶା ଫ୍ରାଞ୍ଚାଇଜ୍‌ର ଓଡିଶା FC ଦଳ ଆଜି ଘରୋଇ ଗ୍ରାଉଣ୍ଡରେ ଖେଳିବ ପ୍ରଥମ ମୁକାବିଲା ।

isl-odisha-fc-face-jamsedpur-fc-at-home-graound
ଆଜି କଳିଙ୍ଗରେ ISL ଲଢେଇ, ଘରୋଇ ଗ୍ରାଉଣ୍ଡରେ ଓଡିଶା FCର ପ୍ରଥମ ମୁକାବିଲା
author img

By

Published : Dec 27, 2019, 1:10 PM IST

ଭୁବନେଶ୍ବର: ଆଜି(ଶୁକ୍ରାବାର) ଓଡିଶାରେ ପୁଣି ଏକ ମେଗା ଇଭେଣ୍ଟ । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଇଣ୍ଡିଆନ ସୁପର ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନ୍ୟତମ ମ୍ୟାଚ । ଓଡିଶା ଫ୍ରାଞ୍ଚାଇଜ୍‌ର ଓଡିଶା FC ଦଳ ଆଜି ଘରୋଇ ଗ୍ରାଉଣ୍ଡରେ ଖେଳିବ ପ୍ରଥମ ମୁକାବିଲା । ତେବେ ଟୁର୍ଣ୍ଣାମେଣ୍ଟରେ 9ଟି ମ୍ୟାଚରୁ 4ଟି ପରାଜୟ ପରେ ଦଳର ସ୍ଥିତି ଖରାପ ରହିଛି । ଫଳରେ ଘରୋଇ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ବାକି ମୁକାବିଲାକୁ କଜବା କରି ଆଗକୁ ବଢିବା ଲକ୍ଷ୍ୟ ରଖିଛି ଘରୋଇ ଦଳ ।

ତେବେ ପୂର୍ବରୁ ଦିଲ୍ଲୀ ଡାଇନାମିକ୍ସ ନାମରେ ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ଏହି ଦଳର ନାମ ପରିବର୍ତ୍ତନ କରାଯାଇ ଓଡିଶା ଏଫସି ରଖାଯାଇଛି । ଯାହାର ସ୍ପନସରସିପ ଓଡିଶା ହାତେଇଛି । ତେବେ ଆଜି ଜାମେସେଦପୁର FC ବିପକ୍ଷରେ ମ୍ୟାଚ ଖେଳିବ ଓଡିଶା । ପ୍ରଥମଥର ଲାଗି ଘରୋଇ ଦର୍ଶକଙ୍କ ସାମ୍ନାରେ ମ୍ୟାଚ ଖେଳିବାକୁ ଯାଉଥିବାରୁ ଦଳର ସମସ୍ତ ଖେଳାଳି ଉତ୍ସାହିତ ଅଛନ୍ତି । ତେବେ ଦଳ 9ଟି ମ୍ୟାଚରୁ ମାତ୍ର ଦୁଇଟିରେ ବିଜୟ ପାଇଥିବା ବେଳେ 3ଟି ମ୍ୟାଚ ଡ୍ର ରହିଛି । ଶେଷ ମ୍ୟାଚରେ ଗୋଆ FC ଠାରୁ 3-0ଗୋଲ୍‌ରେ ପରାସ୍ତ ହୋଇଥିଲା ଦଳ । ଓଡିଶା ଟିମ 9ପଏଣ୍ଟ ସହ 7ମ ସ୍ଥାନରେ ରହିଛି ।

ତେବେ ସନ୍ଧ୍ୟା 7ଟାରେ ମ୍ୟାଚ ଆରମ୍ଭ ହେବ । କଟକ ବାରବାଟୀ ଦିନିକିଆ ପରେ ପୁଣି ଓଡିଶାରେ ପୁଣି ଏକ ଅନ୍ତ୍ରଜାତୀୟ ମ୍ୟାଚ ପାଇ ଖୁସି ରହିଛନ୍ତି ଓଡିଶା କ୍ରୀଡାପ୍ରେମୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.