ETV Bharat / sports

ISL: ଜାମସେଦପୁର ଏଫସିରେ ସାମିଲ ଗୋଲକିପର ପବନ କୁମାର - ଜାମସେଦପୁର ଏଫସିରେ ଗୋଲକିପର ପବନ କୁମାର

ଇଣ୍ଡିଆନ ସୁପର ଲିଗ(ISL)ର ଆଗାମୀ 2020-21 ସଂସ୍କରଣ ପୂର୍ବରୁ ଜାମସେଦପୁର ଏଫସି ଗୋଲକିପର ପବନ କୁମାରଙ୍କୁ କ୍ଳବରେ ସାମିଲ କରିଛି । 2022 ପର୍ଯ୍ୟନ୍ତ ଅର୍ଥାତ ଦୁଇବର୍ଷ ପାଇଁ ଏହି ଚୁକ୍ତି ହୋଇଛି ।

ISL: Jamshedpur FC sign goalkeeper Pawan Kumar on two-year deal
ISL: ଜାମସେଦପୁର ଏଫସିରେ ସାମିଲ ଗୋଲକିପର ପବନ କୁମାର
author img

By

Published : Aug 24, 2020, 7:14 PM IST

ଜାମସେଦପୁର: ଇଣ୍ଡିଆନ ସୁପର ଲିଗ(ISL)ର ଆଗାମୀ 2020-21 ସଂସ୍କରଣ ପୂର୍ବରୁ ଜାମସେଦପୁର ଏଫସି ଗୋଲକିପର ପବନ କୁମାରଙ୍କୁ କ୍ଳବରେ ସାମିଲ କରିଛି । 2022 ପର୍ଯ୍ୟନ୍ତ ଅର୍ଥାତ ଦୁଇବର୍ଷ ପାଇଁ ଏହି ଚୁକ୍ତି ହୋଇଛି ।

ଗତ ସଂସ୍କରଣରେ ନର୍ଥଇଷ୍ଟ ୟୁନାଇଟେଡ ଏଫସିର ସଦସ୍ୟ ରହିଥିଲେ ପବନ । ପୂର୍ବ ଦୁଇଟି ସିଜିନରେ ପ୍ରାୟ 18 ମ୍ୟାଚରୁ 46ଥର ଗୋଲରୁ ବଞ୍ଚାଇଥିବାବେଳେ 6ଥର ସଂପୂର୍ଣ୍ଣ ଭାବେ ରୋକିବାରେ ସଫଳ ହୋଇଛନ୍ତି ।

30ବର୍ଷୀୟ ପବନ 2018-19 ସଂସ୍କରଣରେ ପ୍ରଥମ ଥର ପ୍ଳେ-ଅଫରେ ପହଞ୍ଚିଥିବା ନର୍ଥଇଷ୍ଟ ୟୁନାଇଟେଡର ପ୍ରମୁଖ୍ୟ ସଦସ୍ୟ ରହିଛନ୍ତି । ଅଭିଜ୍ଞ ଗୋଲକିପରଙ୍କ ଘର ପଞ୍ଜାବର ଗୁରୁଦାସପୁରରେ ।

ପୂର୍ବରୁ ବେଙ୍ଗାଲୁରୁ ଏଫସି, ମୁମ୍ବାଇ ଏଫସି, ମୋହୁନବାଗନ ଓ ଚେନ୍ନାଇ ଏଫସିରେ ନିଜର ଦମଦାର ପ୍ରଦର୍ଶନ ଦେଖାଇସାରିଛନ୍ତି । 2014ରେ ଆଇ-ଲିଗ ବିଜେତା ବେଙ୍ଗାଲୁରୁ ଏଫସି ଓ 2015ରେ ଫେଡେରେସନ କପ ବିଜେତା ବେଙ୍ଗାଲୁରୁ ଏଫସିର ପ୍ରମୁଖ୍ୟ ସଦସ୍ୟ ରହିଥିଲେ ଗୋଲକିପର ପବନ କୁମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.