ହାଇଦ୍ରାବାଦ: ଇଣ୍ଡିଆନ ସୁପର ଲିଗ ଟିମ ହାଇଦ୍ରାବାଦ ଏଫସି ଶୁକ୍ରବାର 3ଜଣ ଯୁବ ଖେଳାଳିଙ୍କୁ କ୍ଳବରେ ସାମିଲ କରିଛି । ଆକାଶ ମିଶ୍ର, ରୋହିତ ଦାନୁ ଓ ବିୟକା ଜୋଙ୍ଗତେଙ୍କ ସହ 2022-23 ସିଜିନ ଶେଷ ପର୍ଯ୍ୟନ୍ତ ଚୁକ୍ତି କରିଛି କ୍ଳବ ।
ସମସ୍ତ 3 ଖେଳାଳି ଆଇ-ଲିଗରେ ଖେଳିସାରିଛନ୍ତି । ଜାତୀୟ ଟିମରେ ମଧ୍ୟ ସ୍ଥାନ ପକ୍କା କରିସାରିଛନ୍ତି ।
କ୍ଳବରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ସମନ୍ବୟରେ ମିଶ୍ରିତ ଟିମ ପାଇଁ ଯୋଜନା ରହିଛି । ଫଳରେ ପ୍ରତିଭାବାନ ଦକ୍ଷ ଓ ଯୁବ ଖେଳାଳିଙ୍କୁ କ୍ଳବରେ ସାମିଲ କରାଯାଇଛି । ଏକ ଅଫିସିଆଲ ଘୋଷଣାନାମାରେ ଏହା କହିଛନ୍ତି HFC ସହ-ମାଲିକ ବରୁଣ ତ୍ରିପୁରାନେନି ।
3 ଖେଳାଳି ଗୋଆରେ ଟିମ ସହ ଅଭ୍ୟାସ ଆରମ୍ଭ କରିଛନ୍ତି । ନିକଟ ଭବିଷ୍ୟତରେ ଏହି ଯୁବ ଖେଳାଳି ଟିମର ପ୍ରମୁଖ ଖେଳାଳି ହେବେ ବୋଲି ଆଶା ରହିଥିବା ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ