ETV Bharat / sports

ISL-7: ମାର୍ସିଲୋଙ୍କୁ ବିଦାୟ ଦେଇ ବ୍ରାଡଙ୍କୁ ଦଳରେ ସାମିଲ କଲା ଓଡିଶା ଏଫ୍‌ସି

author img

By

Published : Jan 29, 2021, 6:02 PM IST

Updated : Jan 30, 2021, 12:28 PM IST

ଓଡିଶା ଏଫସି -ଏଟିକେ ମୋହନବାଗାନ କ୍ଲବ ମଧ୍ୟରେ ଖେଳାଳି ଅଦଳବଦଳ ହୋଇଛନ୍ତି । ଓଡିଶା ଏଫ୍‌ସିର ମାର୍ସିଲୋ ଲିଟେ ପେରିରାଙ୍କ ସହ ମୋହନବାଗାନ ଚୁକ୍ତି କରିଥିବାବେଳେ ବ୍ରାଡ୍‌ ଇନମାନଙ୍କୁ ବାଗାନ ଠାରୁ ଆଣିଛି ଓଡିଶା ଏଫ୍‌ସି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ISL-7: ମାର୍ସିଲୋଙ୍କୁ ବିଦାୟ ଦେଇ ବ୍ରାଡଙ୍କୁ ଦଳରେ ସାମିଲ କଲା ଓଡିଶା ଏଫ୍‌ସି
ISL-7: ମାର୍ସିଲୋଙ୍କୁ ବିଦାୟ ଦେଇ ବ୍ରାଡଙ୍କୁ ଦଳରେ ସାମିଲ କଲା ଓଡିଶା ଏଫ୍‌ସି

ଭୁବନେଶ୍ବର: ବର୍ତ୍ତମାନ ଆଇଏସଏଲ-7ର ଖେଳ ରୋମାଞ୍ଚକର ମୋଡରେ ରହିଥିବାବେଳେ ଓଡିଶା ଏଫସି -ଏଟିକେ ମୋହନବାଗାନ କ୍ଲବ ମଧ୍ୟରେ ଖେଳାଳି ଅଦଳବଦଳ ହୋଇଛନ୍ତି । ଓଡିଶା ଏଫ୍‌ସିର ବ୍ରାଜିଲିଆନ ଫରୱାର୍ଡ ମାର୍ସିଲୋ ଲିଟେ ପେରିରାଙ୍କ ସହ ମୋହନବାଗାନ ଚୁକ୍ତି କରିଛି । ସେହିପରି ଅଷ୍ଟ୍ରେଲିଆ ଜନ୍ମିତ ସ୍କଟଲାଣ୍ଡ ମିଡଫିଲ୍ଡର ବ୍ରାଡ୍‌ ଇନମାନ ଏଟିକେକୁ ଛାଡି ଓଡିଶା ପକ୍ଷରୁ ଖେଳିବେ । ସୂଚନାଥାଉକି, ଏଟିକେ ମୋହନବାଗାନ ସହ ଲୋନ୍‌ ସ୍ବାପ ଭାବେ ଚୁକ୍ତି କରିଛି ଓଡିଶା ଏଫସି ।

ଇଣ୍ଡିଆନ ସୁପର ଲିଗ(ISL)ର ସପ୍ତମ ସଂସ୍କରଣ ଶେଷ ପର୍ଯ୍ୟନ୍ତ ଓଡିଶା ପାଇଁ ଖେଳିବେ 29 ବର୍ଷୀୟ ଇନମାନ ।

ପ୍ରିମିୟର ଲିଗ କ୍ଳବ ନ୍ୟୁକାଷ୍ଟଲ ୟୁନାଇଟେଡ, ଇଂଲିସ କ୍ଳବ କ୍ରେଓ୍ବି ଆଲେକଜାଣ୍ଡ୍ରା, ପିଟରବୋର ୟୁନାଇଟେଡ ଓ ରୋଚାଡଲେ କ୍ଳବରେ ଖେଳିଛନ୍ତି ଇନମାନ । ଏଥିସହ ବର୍ଷ 2019ରେ ଅଷ୍ଟ୍ରେଲିଆର ବ୍ରିସବେନ ରୋର ପକ୍ଷରୁ ମଧ୍ୟ ଖେଳିଛନ୍ତି ।

ଓଡିଶା ଏଫ୍‌ସି ବର୍ତ୍ତମାନ ସୁଦ୍ଧା 13ଟି ମ୍ୟାଚ ଖେଳିଛି । ସେଥିରୁ ଗୋଟିଏରେ ବିଜୟ ହାସଲ କରିଥିବାବେଳେ 5ଟି ଡ୍ର ଖେଳିଛି ଓ 7ଟିରେ ପରାଜୟର ସାମ୍ନା କରି ପଏଣ୍ଟ ଟେବୁଲର ଅନ୍ତିମ ସ୍ଥାନରେ ରହିଛି । ଓଡିଶା ଏଫ୍‌ସି ଫେବୃଆରୀ 1ରେ ଜାମସେଦପୁର ଏଫ୍‌ସି ବିପକ୍ଷରେ 14ତମ ମ୍ୟାଚ ଖେଳିବ ।

Last Updated : Jan 30, 2021, 12:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.