ପାଣାଜି: ଏଯାବତ୍ ଚଳିତ ସିଜନରେ ଓଡିଶା ଏଫ୍ସି ଗୋଟିଏ ମ୍ୟାଚରେ ହିଁ ବିଜୟ ହାସଲ କରିଛି । 8ପଏଣ୍ଟ ସହ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି । ତେବେ ଆଜି ସିଜନର 90ତମ ମ୍ୟାଚରେ ଓଡିଶା ଏଫ୍ସିକୁ ଭେଟିବ କେରଳବ୍ଲାଷ୍ଟର୍ସ । ପୂର୍ବରୁ ଏହି ଦଳ ବିପକ୍ଷରେ ଓଡିଶା ବିଜୟ ହାସଲ କରିଥିବାରୁ ଆଜି ସମସ୍ତ ବଳ ଲଗାଇଦେବ ଓଡିଶା 2ୟ ବିଜୟ ହାସଲ ପାଇଁ ।
-
Back in action tonight! 🔥#OdishaFC #AmaTeamAmaGame #HeroISL pic.twitter.com/hzhrlbGELW
— Odisha FC (@OdishaFC) February 11, 2021 " class="align-text-top noRightClick twitterSection" data="
">Back in action tonight! 🔥#OdishaFC #AmaTeamAmaGame #HeroISL pic.twitter.com/hzhrlbGELW
— Odisha FC (@OdishaFC) February 11, 2021Back in action tonight! 🔥#OdishaFC #AmaTeamAmaGame #HeroISL pic.twitter.com/hzhrlbGELW
— Odisha FC (@OdishaFC) February 11, 2021
ଏଥିସହ ପ୍ଲେଅଫ୍ରୁ ବାଦ୍ ପଡିଥିବା ଓଡିଶା ଏବେ ସମ୍ମାନ ରକ୍ଷା ପାଇଁ ଖେଳିବ । ତେବେ ଓଡିଶା ଏଫ୍ସିର କୋଚ୍ ପେଟନ୍ କହିଛନ୍ତି ଯେ, ତାଙ୍କ ପାଖରେ କିଛି ଭଲ ଖେଳାଳି ଅଛନ୍ତି । ଆମେ ଜାଣିଚୁ ସେମାନଙ୍କ ରଣନୀତି । ସେମାନେ 4-4-2ସହ ଖେଳନ୍ତି ଓ ଆମେ ବି ସେହି ଫର୍ମାଟରେ ଖେଳିବାକୁ ଯାଉଛୁ । ତାଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।
ଏପଟେ ଓଡିଶା ପରି କେରଳ ବି ସଂଘର୍ଷ କରୁଛି । ଟିମ ଗତ 4ଟି ମ୍ୟାଚରେ ବିଜୟ ହାସଲ କରି ପାରି ନାହିଁ । ଦଳ ବର୍ତ୍ତମାନ 16ଟି ମ୍ୟାଚରୁ 3ଟିରେ ବିଜୟ ହାସଲ କରି 15ପଏଣ୍ଟ ସହ 10ମସ୍ଥାନରେ ରହିଛି ।