ଗୋଆ: ମୁମ୍ବାଇ ସିଟିର କୋଚ ସର୍ଜିଓ ଲୋବେରା ଅନେକ ସମୟ ଧରି ନିଜ ଖେଳାଳିଙ୍କୁ ପିଚର ଚାରିପଟେ ସ୍ପ୍ରେ ପାସ ଦେବାପାଇଁ ପରିଚିତ । ଯେତେବେଳେ ସେ ଗୋଆର କୋଚ ଥିଲେ ପ୍ରତି ମ୍ୟାଚରେ ସେ ଆଭରେଜରେ 535 ପାସ ଦେଉଥିଲେ । ନର୍ଥଇଷ୍ଟ ୟୁନାଇଟେଡ ବିପକ୍ଷରେ ମିଳିଥିବା 1-0 ର ପରାଜୟ ମ୍ୟାଚରେ ନିଜର 10 ଖେଳାଳିଙ୍କ ସହ ଖେଳୁଥିବା ସତ୍ତ୍ବେ ମୁମ୍ବାଇ ସିଟି 60 ପ୍ରତିଶତ ବଲ ପଜେଶନ ସହ ନିଜ ପ୍ରତିଦ୍ବନ୍ଦ୍ବୀଙ୍କ 217 ପାସ ବଦଳରେ 415 ପାସ କରିଥିଲା । ଯାହାକି ଏପର୍ଯ୍ୟନ୍ତ କୌଣସି ଟିମ୍ ଏହି ଲିଗରେ କରିନାହିଁ ।
ଗୋଟିଏ ଏମିତି ଟିମ୍ ଯାହା ମୁମ୍ବାଇ ସିଟିର ନିକଟରେ ଅଛି ଓ ସେଇଟି ହେଉଛି ଜୁଆନ ଫେରାଣ୍ଡୋଙ୍କ ଗୋଆ ଏଫସି । ବେଙ୍ଗାଲୁରୁ ଏଫି ବିପକ୍ଷରେ ଖେଳାଯାଇଥିବା 2-2ର ଡ୍ର ମ୍ୟାଚରେ ଗୋଆ 448 ପାସ କରିଥିଲା, ଯାହାକି ପ୍ରତିପକ୍ଷ ଟିମ କରିଥିବା ପାସର ଦୁଇ ଗୁଣ ଥିଲା । ସେପଟେ ହାରିବା ସତ୍ତ୍ବେ ମୁମ୍ବାଇ ଟିମ ଯେପରି ପ୍ରଦର୍ଶନ କରୁଛି କୋଚ ଲେବେରା ସେଥିରେ ଖୁବ୍ ଖୁସି ଅଛନ୍ତି ଓ ତାଙ୍କର ବିଶ୍ବାସ ଯେ ଗୋଲ ଶୀଘ୍ର ହେବ ।
ଲୋବେରା କହିଛନ୍ତି ଯେ, ‘‘ଯେଉଁ ଟିମ ଏପର୍ଯ୍ୟନ୍ତ ସର୍ବାଧିକ ପାସ କରିଛି ତାକୁ ଆମେ କେବଳ ଟାର୍ଗେଟ ପର ନିଆଯାଇଥିବା ସର୍ଟ୍ସକୁ ନେଇ ବିଚାର କରି ପାରିବା ନାହିଁ । ଫାରୁଖ ଓ ସାର୍ଥକ ଗୋଲର ନିକଟବର୍ତ୍ତୀ ଥିଲେ । ଆମେ କିଛି ଜିନିଷ ଖୁବ୍ ଭଲ କରିଛୁ । ଆମେ 10 ଖେଳାଳିଙ୍କ ସହ ଖେଳି ମଧ୍ୟ ପ୍ରତିପକ୍ଷ ଉପରେ ଭାରି ଥିଲୁ ତଥାପି ଆମକୁ ସୁଧାର କରିବାର ଆବଶ୍ୟକତା ରହିଛି ।’’
ମୁମ୍ବାଇ ସିଟି ଏହି ମ୍ୟାଚରେ ଅହମଦ ଜୋହୋଉଙ୍କ ସେବା ମିଳି ପାରିବ ନାହିଁ, ଯାହାଙ୍କୁ ଗତ ମ୍ୟାଚରେ ରେଡ଼ କାର୍ଡ ମିଳିଛି । ଲୋବେରା କହିଛନ୍ତି, ‘‘ଜଣେ କୋଚ ଭାବେ ମୋ ପାଖରେ ଭଲ ଖେଳାଳି ଅଛନ୍ତି ଓ ମୁଁ କୌଣସି ଗୋଟିଏ ଖେଳାଳିଙ୍କ ଅନୁପସ୍ଥିତିରେ ଡରେ ନାହିଁ ।’’
ଗୋଆ ଏଫସି ଗତ ମ୍ୟାଚରେ ବେଙ୍ଗାଲୁରୁ ବିପକ୍ଷରେ ଦୁଇଟି ଗୋଲରେ ପଛେଇବା ପରେ ଇଗୋର ଏଙ୍ଗୁଲୋ ଦ୍ବାରା ତିନି ମିନିଟ ଭିତରେ କରାଯାଇଥିବା 2 ଗୋଲ ବଳରେ ନିଜକୁ ପରାଜୟରୁ ବଞ୍ଚାଇ ନେଇଥିଲା । କୋଚ ଫେରାଣ୍ଡୋଙ୍କ ଅନୁସାରେ ପ୍ରତିପକ୍ଷ କ’ଣ କରିପାରେ ଭାବିବା ମୁର୍ଖାମୀ ହେବ । ମୋ ଧ୍ୟାନ ମୋ ଟିମ୍ ଉପରେ ରହିଛି ଓ ମୁଁ ପ୍ରତିପକ୍ଷ ଟିମ୍ କଥା ଚିନ୍ତା କରୁନାହିଁ । ସକାରାତ୍ମାକ, ପ୍ରତିସ୍ପର୍ଦ୍ଧାତ୍ମକ ରହିବା ସହ ତିନି ଅଙ୍କ ନେବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ମୁମ୍ବାଇ ସିଟି ହେଉ କିମ୍ବା ଅନ୍ୟ କୌଣସି ଟିମ୍ ଆମର ଲକ୍ଷ୍ୟ କେବଳ 3 ପଏଣ୍ଟ ଉପରେ ରହିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ