ETV Bharat / sports

ISL-7: ଆଜି ଚେନ୍ନାଇୟନ ଏଫସି ସହ ଜାମଶେଦପୁର ଏଫସିର ମୁକାବିଲା - ଇଣ୍ଡିଆନ ସୁପର ଲିଗ

ଭାସ୍କୋ ଡି ଗାମାର ତିଲକ ଷ୍ଟାଡିଅମରେ ଆଜି ଆଇଏଲଏଲର ପଞ୍ଚମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇୟନ ଏଫସି ଓ ଜାମଶେଦପୁର ଏଫସି । ଅଧିକ ପଢ଼ନ୍ତୁ...

ISL 7, Chennaiyin FC face Jamshedpur FC, old masterminds challenge, old masterminds in Jamshedpur colours, ଚେନ୍ନାଇୟନ ଏଫସି ସହ ଜାମଶେଦପୁର ଏଫସି, ଆଇଏସଏଲ 2020, ଇଣ୍ଡିଆନ ସୁପର ଲିଗ, match preview
ISL-7: ଆଜି ଚେନ୍ନାଇୟନ ଏଫସି ସହ ଜାମଶେଦପୁର ଏଫସିର ମୁକାବିଲା
author img

By

Published : Nov 24, 2020, 4:52 PM IST

ଗୋଆ: ହିରୋ ଇଣ୍ଡିଆନ ସୁପର ଲିଗର ସପ୍ତମ ସଂସ୍କରଣରେ ଆଜି ଦୁଇ ଥର ପୂର୍ବତନ ଚାମ୍ପିୟନ ଚେନ୍ନାଇୟନ ଏଫସିକୁ ଭେଟିବ ଜାମଶେଦପୁର ଏଫସି । ଭାସ୍କୋ ଡି ଗାମାର ତିଲକ ଷ୍ଟାଡିଅମରେ ଖେଳାଯିବ ମ୍ୟାଚ । ଚଳିତ ସଂସ୍କରଣରେ ଜାମଶେଦପୁର ଏଫସିର କୋଚ ଭାବେ ନିଯୁକ୍ତି ପାଇଥିବା ଓୱେନ କୋୟଲେ ଗତ ସଂସ୍କରଣରେ ଚେନ୍ନାଇୟନ ଏଫସିର କୋଚ ରହିଥିଲେ । ତାଙ୍କ ମାର୍ଗଦର୍ଶନରେ ଚେନ୍ନାଇୟନ ଏଫସି ଗତ ସିଜନରେ ଏପଣ୍ଟ ଟେବୁଲ ତଳୁ ଉପରକୁ ଉଠି ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା । ତେବେ ଫାଇନାଲ ମୁକାବିଲାରେ ଟିମକୁ ଏଟିକେ ଠାରୁ ପରାଜୟ ମିଳିଥିଲା ।

କିନ୍ତୁ ଚଳିତ ଥର କୋୟଲେ ଚଳିତ ଥର ଜାମଶେଦପୁରର କୋଚ ରହିଛନ୍ତି । କେବଳ କୋୟଲେ ଜାମଶେଦପୁର ଏଫସି ସହ ଯୋଡ଼ି ହୋଇ ନାହାନ୍ତି ବରଂ ନିଜ ସହ ଗତ ସଂସ୍କରଣରେ ଯୁଗ୍ମ ଭାବେ ଟପ ସ୍କୋରର ଓ ଗୋଲ୍ଡେନ ବୁଟ ବିଜେତା ନେରିଜୁସ ଭାଲ୍ସକିସଙ୍କୁ ମଧ୍ୟ ନେଇ ଆସିଛନ୍ତି ।

ଏଥିସହ କୋୟଲେ ମିଜୋରାମତର ଡିଫେଣ୍ଡର ଲାଲଦିନଲିୟାନା ରେନ୍ଥଲେଇଙ୍କୁ ମଧ୍ୟ ଜାମଶେଦପୁର ଏଫସିରେ ସାମିଲ କରିଛନ୍ତି, ଯିଏ କି ଗତ ଅନେକ ସଂସ୍କରଣରେ ଚେନ୍ନାଇୟନ ଏଫସିର ଅଂଶ ରହିଥିଲେ । କୋୟଲେ ଏହି ଖେଳାଳିଙ୍କ ସାମର୍ଥ୍ୟ ଜାଣିବା ସହ ସେମାନେ ଭଲ ପ୍ରଦର୍ଶନ କରିବେ ବୋଲି ମଧ୍ୟ ଅବଗତ ଅଛନ୍ତି ।

ଭାଲ୍ସକିସଙ୍କ ଟିମରେ ଯୋଡ଼ି ହେବା ଦ୍ବାରା ଜାମଶେଦପୁର ଆକ୍ରମଣ ଆହୁରି ମଜବୁତ ହେବ । କିନ୍ତୁ ଟିମ ଗତ ସିଜନରେ 35 ଗୋଲ ଖାଇଥିଲା ଯାହାର ଚିନ୍ତା ନିଶ୍ଚିୟ କୋୟଲେଙ୍କୁ ରହିବ ।

ସେପଟେ ଚେନ୍ନେଇୟନ ଟିମ ଏଥର ନିଜର ନୂତନ କୋଚ ସ୍କାବା ଲୋଜଲୋଙ୍କ ମାର୍ଗଦର୍ଶନରେ ସଂସ୍କରଣର ଆରମ୍ଭ କରିବ । ତେବେ ଯେଉଁ ଖେଳାଳି ମାନେ କ୍ଲବ ଛାଡ଼ି ସାରିଛନ୍ତି ତାଙ୍କ ସ୍ଥାନ ପୂରଣ କରିବା ଟିମ ପାଇଁ କଷ୍ଟକର ହେବ । ଗତ ସଂସ୍କରଣରେ ଯେଉଁ ବିଦେଶୀ ଖେଳାଳି ଟିମରେ ଥିଲେ ସେମାନଙ୍କ ମଧ୍ୟରୁ ବର୍ତ୍ତମାନ କେବଳ ନୂଆ ଅଧିନାୟକ ରାଫେଲ କ୍ରିୱେଲ୍ଲୋରା ଓ ଡିଫେଣ୍ଡର ଅଲି ସେବିୟା ହିଁ ରହିଛନ୍ତି ।

କୋଚ ଜାଜଲୋ ଆଶା କରିଛନ୍ତି ଯେ ଜେକବ ସ୍ଲିବେଷ୍ଟର ଓ ଡିଫେଣ୍ଡର ଏସିନ ସେପୋୱିନଙ୍କ ଆସିବା ଦ୍ବାରା ପୁରୁଣା ଖେଳାଳିଙ୍କ ଭରଣା ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.