ETV Bharat / sports

ISL-7: ଇନ୍‌ଜ୍ୟୁରୀ ଟାଇମ୍‌ରେ ଗୋଲ୍‌ କରି ଓଡିଶା ଏଫ୍‌ସିକୁ ହରାଇଲା ଏଟିକେ

author img

By

Published : Dec 4, 2020, 7:23 AM IST

ଆଇଏସଏଲର ଡିଫେଣ୍ଡିଂ ଚମ୍ପିଆନ୍‌ ଏଟିକେ ମୋହନ ବାଗାନ ଇନ୍‌ଜ୍ୟୁରୀ ଟାଇମ୍‌ରେ ଓଡିଶା ଏଫ୍‌ସିକୁ ଗୋଲ୍‌ ଦେଇ ବିଜୟଧାରା ଜାରି ରଖିଛି ।

ISL-7: ଇନ୍‌ଜ୍ୟୁରୀ ଟାଇମ୍‌ରେ ଗୋଲ୍‌ କରି ଓଡିଶା ଏଫ୍‌ସିକୁ ହରାଇଲା ଏଟିକେ
ISL-7: ଇନ୍‌ଜ୍ୟୁରୀ ଟାଇମ୍‌ରେ ଗୋଲ୍‌ କରି ଓଡିଶା ଏଫ୍‌ସିକୁ ହରାଇଲା ଏଟିକେ

ପାଣାଜୀ: ଆଇଏସଏଲର ଡିଫେଣ୍ଡିଂ ଚମ୍ପିଆନ୍‌ ଏଟିକେ ମୋହନ ବାଗାନ ଓ ଓଡିଶା ଏଫ୍‌ସି ମଧ୍ୟରେ ଗୁରୁବାର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଥିଲା । 90ମିନିଟ୍‌ ଯାଏଁ କୌଣସି ଗୋଲ୍‌ ହୋଇ ନଥିଲା । ଇନ୍‌ଜ୍ୟୁରୀ ଟାଇମ୍‌ ଭାବେ ଅତିରିକ୍ତ 5 ମିନିଟ୍‌ ଖେଳ ହୋଇଥିଲେ । ଏହି ଅନ୍ତିମ ମିନିଟ୍‌ରେ ଫିଜିର ଷ୍ଟାର ଖେଳାଳି କ୍ରିଷ୍ଣା ଏଟିକେ ପକ୍ଷରୁ ଗୋଲ୍‌ କରି ଓଡିଶା ଏଫ୍‌ସିକୁ 1-0ରେ ପରାସ୍ତ କରିଛି ।

ତେବେ ଚଳିତ ସିଜନରେ ଏଟିକେ ଦଳ ବିଜୟଧାରା ଜାରି ରଖିବା ସହ 3ୟ ବିଜୟ ହାସଲ କରି 9ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ଅନ୍ୟପଟେ ଓଡିଶା ଏଫ୍‌ସିର ଏହା 2ୟ ପରାଜୟ । ଦଳ 1ପଏଣ୍ଟ ସହ 10ମ ସ୍ଥାନରେ ରହିଛି ।

ଓଡିଶା ଏଫ୍‌ସି ପରବର୍ତ୍ତୀ ମ୍ୟାଚ ରବିବାର ଦିନ ମୁମ୍ବାଇସିଟି ବିପକ୍ଷରେ ସଂନ୍ଧ୍ୟା 5ଟାରେ ଖେଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.