ETV Bharat / sports

ISL-7: ଓଡିଶା-ବେଙ୍ଗାଲୁରୁ ମ୍ୟାଚ ଡ୍ର

ଆଇଏସଏଲ-7ର 70ତମ ମ୍ୟାଚରେ ଓଡିଶା ଏଫ୍‌ସି-ବେଙ୍ଗାଲୁରୁ ଏଫ୍‌ସି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ତେବେ 1-1 ସ୍କୋରରେ ମ୍ୟାଚ ସମାପ୍ତ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ISL-7: ଓଡିଶା-ବେଙ୍ଗାଲୁରୁ ମ୍ୟାଚ ଡ୍ର
ISL-7: ଓଡିଶା-ବେଙ୍ଗାଲୁରୁ ମ୍ୟାଚ ଡ୍ର
author img

By

Published : Jan 25, 2021, 8:14 AM IST

ପାଣାଜି: ଆଇଏସଏଲ-7ର 70ତମ ମ୍ୟାଚ ବେଶ୍‌ ରୋମାଞ୍ଚଭରା ରହିଥିଲା । ଓଡିଶା ଏଫ୍‌ସି-ବେଙ୍ଗାଲୁରୁ ଏଫ୍‌ସି ମଧ୍ୟରେ ଅନ୍ତିମ ମିନିଟ୍‌ ଯାଏଁ ଫାଇଟ୍‌ ଦେଖିବାକୁ ମିଳିଥିଲା । ତେବେ 1-1ରେ ମ୍ୟାଚ ସମାପ୍ତ ହୋଇଛି । ଓଡିଶା ଏଫ୍‌ସ୍ 2ୟ ବିଜୟର ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । ମାତ୍ର ମ୍ୟାଚର 82ମିନିଟ୍‌ରେ ବେଙ୍ଗାଲୁରୁ ପକ୍ଷରୁ ଏରିକ ପାର୍ତାଲୁଙ୍କ ଗୋଳ ବଳରେ ସ୍କୋର ବରାବର ହୋଇଥିଲା ।

ମ୍ୟାଚ ଆରମ୍ଭରୁ ଓଡିଶା ଏଫ୍‌ସି ପକ୍ଷରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ ଜାରି ରହିଥିଲା ଓ ମ୍ୟାଚର 8ମିନିଟ୍‌ରେ ବେଙ୍ଗାଲୁରୁର ଡିଫେନ୍ସକୁ ଭାଙ୍ଗି ଡିଏଗୋ ମୋରାସିସୋ ସାଥି ଖେଳାଳି ମାନିଏଲଙ୍କ ଆସିଷ୍ଟକୁ ଗୋଲ୍‌ରେ ପରିଣତ କରି ସ୍କୋରକୁ 1-0କୁ ଆଣିଥିଲେ ।

ଏହାପରେ 82ମିନିଟ୍‌ରେ ବେଙ୍ଗାଲୁରୁ ପକ୍ଷରୁ ଏରିକ ଗୋଲ୍‌ କରି ସ୍କୋରକୁ 1-1କୁ ଆଣିଥିଲେ । ତେବେ ଖେଳ ଶେଷ ସୁଦ୍ଧା ସ୍କୋର ବରାବର ରହିଥିବାରୁ 2 ଦଳ ମଧ୍ୟରେ ପଏଣ୍ଟ ଭାଗ ହୋଇଛି ।

ଉଭୟ ଗତକାଲି ଚଳିତ ସିଜନର 13ତମ ମ୍ୟାଚ ଖେଳୁଥିଲେ । ଓଡିଶା 8 ପଏଣ୍ଟ ସହ ପଏଣ୍ଟ ଟେବୁଲରେ 11ତମ ସ୍ଥାନରେ ରହିଥିବାବେଳେ 14 ପଏଣ୍ଟ ସହ ବେଙ୍ଗାଲୁରୁ ସପ୍ତମ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.