ଭୁବନେଶ୍ବର: ଶନିବାର ପୁଣି କଳିଙ୍ଗ ଷ୍ଟାଡିୟମରେ ଦମ୍ ଦେଖାଇବ ଘରୋଇ ଦଳ ଓଡିଶା ଏଫସି । ଚଳିତ ସିଜନରେ 3ୟ ଘରୋଇ ମ୍ୟାଚ ଓଡିଶା ଏଫସି, ମୁମ୍ବାଇ ସିଟି ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ଯାଉଛି। ଓଡିଶା ପାଇଁ ଘରୋଇ ଗ୍ରାଉଣ୍ଡ ଲକି ସାବ୍ୟସ୍ତ ହୋଇଛି ।
![isl-6](https://etvbharatimages.akamaized.net/etvbharat/prod-images/5675317_en_gmdgu8aai5k8.jpg)
![isl-6](https://etvbharatimages.akamaized.net/etvbharat/prod-images/5675317_en_b8syuuaegiu5.jpg)
ଘରୋଇ ଟିମ ଏହି ସିଜନରେ ମୁମ୍ବାଇକୁ 4-2ଗୋଲ୍ରେ ପରାସ୍ତ କରି ସାରିଛି। ଦଳର ଆତ୍ମବିଶ୍ବାସ ବେଶ୍ ଦୃଢ ରହିଛି । ପଏଣ୍ଟ ଟେବୁଲକୁ ଦେଖିଲେ ଓଡିଶା ଓ ମୁମ୍ବାଇ 11ଟି ମ୍ୟାଚ ଖେଳି ସାରିଛନ୍ତି । ଓଡିଶା 15 ପଏଣ୍ଟ ସହ 5ମ ସ୍ଥାନରେ ରହିଥିବାବେଳେ ମୁମ୍ବାଇ ମାତ୍ର ଗୋଟିଏ ପଏଣ୍ଟ ଅଧିକ ହାସଲ କରି 4ର୍ଥ ସ୍ଥାନରେ ରହିଛି। ମୁମ୍ବାଇ ଚାହିଁବ ଓଡିଶାକୁ ମାତ୍ ଦେଇ ପୂର୍ବ ପରାଜୟର ପ୍ରତିଶୋଧ ନେଇ 4ର୍ଥ ସ୍ଥାନ ବଜାୟ ରଖିବାକୁ ।
![isl-6](https://etvbharatimages.akamaized.net/etvbharat/prod-images/5675317_en_b8s0u0aikjex.jpg)
ଓଡିଶା ଏଫସି ତା'ର ପ୍ରଥମ ଘରୋଇ ମ୍ୟାଚରେ ଜାମସେଦପୁରକୁ 2-1ରେ ପରାସ୍ତ କରିଥିଲା । ସେହିପରି 2ୟ ଘରୋଇ ମ୍ୟାଚ ଚେନ୍ନାଇନ ଏଫସି ବିପକ୍ଷରେ ଓଡିଶା 2-0ଗୋଲ୍ରେ ବିଜୟ ହାସଲ କରିଛି । ଆଜି 3ୟ ବିଜୟ ଲକ୍ଷ୍ୟରେ ରହିଛି ଘରୋଇ ଟିମ। ସଂନ୍ଧ୍ୟା ସାଢେ 7ଟାରେ କଳିଙ୍ଗ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବ।
-
Come down to the stadium and experience matchday like never before. Head over to the activation zones to participate in fun activities and get your hands on official club merchandise. 🤯🔝 Buy your tickets now as we take on @MumbaiCityFC tomorrow!#OdishaFC #AmaTeamAmaGame pic.twitter.com/Nez6uHUQPq
— Odisha FC (@OdishaFC) January 10, 2020 " class="align-text-top noRightClick twitterSection" data="
">Come down to the stadium and experience matchday like never before. Head over to the activation zones to participate in fun activities and get your hands on official club merchandise. 🤯🔝 Buy your tickets now as we take on @MumbaiCityFC tomorrow!#OdishaFC #AmaTeamAmaGame pic.twitter.com/Nez6uHUQPq
— Odisha FC (@OdishaFC) January 10, 2020Come down to the stadium and experience matchday like never before. Head over to the activation zones to participate in fun activities and get your hands on official club merchandise. 🤯🔝 Buy your tickets now as we take on @MumbaiCityFC tomorrow!#OdishaFC #AmaTeamAmaGame pic.twitter.com/Nez6uHUQPq
— Odisha FC (@OdishaFC) January 10, 2020