ETV Bharat / sports

ତ୍ରିରାଷ୍ଟ୍ରୀୟ ମହିଳା ଫୁଟବଲ ସିରିଜ: ସର୍ବିଆକୁ ଭେଟିବ ଭାରତ

author img

By

Published : Feb 17, 2021, 10:26 PM IST

ତୁର୍କୀରେ ତ୍ରିରାଷ୍ଟ୍ରୀୟ ମହିଳା ଫୁଟବଲ ସିରିଜ ଖେଳିବ ଭାରତ। ପ୍ରଥମ ମ୍ୟାଚରେ ସର୍ବିଆକୁ ଭେଟିବ ଭାରତୀୟ ଦଳ। ଭାରତ ସହ ଏହି ସିରିଜରେ ଋଷିଆ ଓ ୟୁକ୍ରେନ ସାମିଲ ହୋଇଛନ୍ତି। ଅଧିକ ପଢ଼ନ୍ତୁ...

Indian women's football team will face Serbia in the first match in turki
ତ୍ରୀରାଷ୍ଟ୍ରିୟ ମହିଳା ଫୁଟବଲ ସିରିଜ: ସର୍ବିଆକୁ ଭେଟିବ ଭାରତ

ନୂଆଦିଲ୍ଲୀ: ତୁର୍କୀରେ ତ୍ରିରାଷ୍ଟ୍ରୀୟ ମହିଳା ଫୁଟବଲ ସିରିଜ ଖେଳିବ ଭାରତ। ପ୍ରଥମ ମ୍ୟାଚରେ ସର୍ବିଆକୁ ଭେଟିବ ଭାରତୀୟ ଦଳ। ଭାରତ ସହ ଏହି ସିରିଜରେ ଋଷ ଓ ୟୁକ୍ରେନ ସାମିଲ ହୋଇଛନ୍ତି। ସର୍ବିଆ ସହ ଭାରତର କଡ଼ା ମୁକାବିଲା ହେବା ନେଇ ଆଶା କରାଯାଉଛି।

ଲକଡାଉନ ପରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା କ୍ରିକେଟ ଟିମ ବିଦେଶରେ ସିରିଜ ଖେଳିବ। ଏହି ସିରିଜ ସହ ଭାରତୀୟ ମହିଲା ଦଳ 2022ରେ ହେବାକୁ ଥିବା ଏଏଫସି ମହିଳା ଏସିଆ କପ ପାଇଁ ପ୍ରସ୍ତୁତି ଆରମ୍ଭ କରିବ ବୋଲି ଚର୍ଚ୍ଚା ହେଉଛି। ଏହି ସିରିଜ ପାଇଁ ଗତ ଦୁଇ ମାସରେ ଗୋଆରେ ଝାଳବୁହା ଅଭ୍ୟାସ ଜାରି ରଖିଥିଲା ଭାରତୀୟ ମହିଳା ଫୁଟବଲ ଦଳ।

କୋଜ ମୟମୋଲ ରକି ଭାରତୀୟ ମହିଳା ଫୁଟବଳକୁ ଟ୍ରେନିଂ କରାଇଛନ୍ତି। ଦଳ ଏହି ସିରିଜରେ ଭଲ ପ୍ରଦର୍ଶନ କରିବା ନେଇ ସେ ଆଶା ବାନ୍ଧିଛନ୍ତି। ଅଭ୍ୟାସ ଶିବିରରେ ପ୍ରତ୍ୟେକ ଖେଳାଳି ଫିଟ ନଜର ଆସିଥିଲେ। ସିରିଜ ସିଲ ଲକ୍ଷ୍ୟରେ ଦଳ ପଡ଼ିଆକୁ ଓହ୍ଲାଇବ।

ସର୍ବିଆ ସହ ମ୍ୟାଚ ପରେ ଦଳ ପରବର୍ତ୍ତୀ ମ୍ୟାଚ ଋଷିଆ ସହ ଖେଳିବ ଦଳ। ଏହାପରେ ୟୁକ୍ରେନ ସହ ଭାରତୀୟ ଦଳର ଟକ୍କର ହେବ। ଉଭୟ ସର୍ବିଆ ଓ ୟୁକ୍ରେନ ବିଶ୍ବର ଏକ ମଜବୁତ ଦଳ। ଦୁଇ ଦଳ ସହ ଖେଳିବା ପରେ ଏଏଫସି ମହିଳା ଏସିଆ କପ ପାଇଁ ଭଲ ଅଭ୍ୟାସ ହୋଇ ପାରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.