ETV Bharat / sports

ମହିଳା ଫୁଟବଲ ଟିମର ମୁଖ୍ୟ କୋଚ୍‌ ପଦ ଛାଡିଲେ ମେମଲ ରକି

author img

By

Published : Jul 20, 2021, 10:42 PM IST

ଭାରତୀୟ ମହିଳା ଫୁଟବଲ ଟିମର ଉନ୍ନତିରେ ଓଡିଶା ସରକାରଙ୍କ ମୁଖ୍ୟ ଭୁମିକା । ମୁଖ୍ୟ କୋଚ୍‌ ପଦ ଛାଡିବା ସହ ଏହା କହିଛନ୍ତି ମେମଲ ରକି । ଅଧିକ ପଢନ୍ତୁ...

Indian women's football team head coach Maymol Rocky quits
ମହିଳା ଫୁଟବଲ ଟିମର ମୁଖ୍ୟ କୋଚ୍‌ ପଦ ଛାଡିଲେ ମେମଲ ରକି

ନୂଆଦିଲ୍ଲୀ: ଭାରତୀୟ ମହିଳା ଫୁଟବଲ ଜାତୀୟ ସିନିୟର ଟିମର ମୁଖ୍ୟ କୋଚ୍‌ ଭାବେ ୪ବର୍ଷ କାର୍ଯ୍ୟ କରିବା ପରେ ପଦ ଛାଡିଲେ ମେମଲ ରକି । ବ୍ୟକ୍ତିଗତ କାରଣରୁ ସେ ଏହି ଦାୟିତ୍ବରୁ ଓହରିଥିବା ଦର୍ଶାଇଛନ୍ତି । ମଙ୍ଗଳବାର ଏନେଇ ସର୍ବଭାରତୀୟ ଫୁଟବଲ ମହାସଂଘ(AIFF) ସ୍ପଷ୍ଟ କରିଛି ।

ସହକାରୀ କୋଚ ଭାବେ କାର୍ଯ୍ୟ କରିସାରିବା ପରେ ୨୦୧୭ରେ ମହିଳା ଫୁଟବଲ ଟିମର କୋଚ୍‌ ଦାୟିତ୍ବ ମେମଲଙ୍କୁ ମିଳିଥିଲା । ପରେ ଅନେକ ଅନ୍ତର୍ଜାତୀୟ ଇଭେଣ୍ଟରେ ଟିମର ନେତୃତ୍ବ ନେଇଥିଲେ ସେ ।

ଗତ ଚାରି ବର୍ଷ ମଧ୍ୟରେ ଟିମ ଅନେକ ଉନ୍ନତି କରିଛି । ସର୍ବଦା ସମସ୍ତ ପ୍ରକାର ସୁବିଧା ମିଳିଛି ଓ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(SAI), ଓଡିଶା ସରକାରଙ୍କ ଠାରୁ ମିଳିଥିବା ଉପଯୋଗୀ ସହଯୋଗ ହିଁ ସଫଳତାର ମୂଳମନ୍ତ୍ର ।

ମହିଳା ଜାତୀୟ ଫୁଟବଲ ଟିମର କୋଚ୍‌ ପଦରୁ ଓହରିବା ନେଇ AIFF ସାଧାରଣ ସମ୍ପାଦକ କୁଶାଲ ଦାସ କହିଛନ୍ତି, ମେମଲଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛୁ । ଭାରତୀୟ ଫୁଟବଲକୁ ତାଙ୍କର ଅବଦାନ ପାଇଁ ଧନ୍ୟବାଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.