ETV Bharat / sports

ସାଉଥ ଏସିଆନ ଗେମ: ସ୍ବର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା ଫୁଟବଲ ଟିମ - SAG GOLD footbal

ଚଳିତ ସାଉଥ ଏସିଆନ ଗେମ୍ସରେ ସ୍ବର୍ଣ୍ଣରେ ଚମକିଲା ଭାରତୀୟ ମହିଳା ଫୁଟବଲ ଟିମ । ଆୟୋଜକ ନେପାଳକୁ 2-0 ଗୋଲରେ ହରାଇ ସ୍ବର୍ଣ୍ଣ ପଦକ ହାତେଇଛି ମହିଳା ଫୁଟବଲ ଟିମ ଇଣ୍ଡିଆ ।

ଭାରତୀୟ ମହିଳା ଫୁଟବଲ ଟିମ
ଭାରତୀୟ ମହିଳା ଫୁଟବଲ ଟିମ
author img

By

Published : Dec 9, 2019, 8:09 PM IST

ପୋଖରା: ଚଳିତ ସାଉଥ ଏସିଆନ ଗେମ୍ସରେ ସ୍ବର୍ଣ୍ଣରେ ଚମକିଲା ଭାରତୀୟ ମହିଳା ଫୁଟବଲ ଟିମ । ଆୟୋଜକ ନେପାଳକୁ 2-0 ଗୋଲରେ ହରାଇ ସ୍ବର୍ଣ୍ଣ ପଦକ ହାତେଇଛି ମହିଳା ଫୁଟବଲ ଟିମ ଇଣ୍ଡିଆ । 2ଟି ଗୋଲ କରି ଏହି ବିଜୟର ଷ୍ଟାର ରହିଛନ୍ତି ବାଲାଦେବୀ । 29 ବର୍ଷୀୟ ବାଲାଦେବୀ ଫାଇନାଲ ମୁକାବିଲାରେ ଦମଦାର ପ୍ରଦର୍ଶନ କରିଥିଲେ । ଏଥିସହିତ ଭାରତୀୟ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Indian Women's football team
ଫଟୋ ସୌଜନ୍ୟ: twitter@IndianFootball

ଷ୍ଟ୍ରାଇକର ବାଲାଦେବୀ ମୋଟ 5ଟି ଗୋଲ ସହ ଟୁର୍ଣ୍ଣାମେଣ୍ଟର ଟପ ସ୍କୋରର ରହିଛନ୍ତି । ମ୍ୟାଚ ଆରମ୍ଭରୁ ଭାରତ ଆକ୍ରମଣ ରଣନୀତି ଆପଣେଇଥିଲା । ସଙ୍ଗୀତା ବାସଫୋର ଓ ରତନବାଳା ଦେବୀ ଜବରଦସ୍ତ ପ୍ରଦର୍ଶନ କରିଥିଲେ ।

Indian Women's football team
ଭାରତୀୟ ମହିଳା ଫୁଟବଲ ଟିମ

ମ୍ୟାଚର 18 ତମ ମିନିଟରେ ଭାରତ ପ୍ରଥମ ଗୋଲ ଦେଇ ଆଗୁଆ ହେବା ପରେ, ଅଧିକ ଜୋସର ସହିତ ଖେଳିଥିଲା । ତେବେ ମ୍ୟାଚର 56ତମ ମିନିଟରେ ବାଲାଦେବୀ ନିଜର 2ୟ ଗୋଲ ସ୍କୋର କରି ଭାରତକୁ ବିଜୟ ଭେଟି ଦେଇଥିଲେ । ଭାରତୀୟ ଗୋଲ କିପର ଅଦିତି ଚୌହାନ, କ୍ୟାପଟେନ ଆଶାଲତା ଦେବୀଙ୍କ ପ୍ରଦର୍ଶନ ମଧ୍ୟ ଚମତ୍କାର ରହିଥିଲା । 5ଟି ମ୍ୟାଚରେ ପ୍ରତିପକ୍ଷ ଟିମକୁ ଗୋଟିଏ ବି ହେଲେ ଗୋଲରେ ପରିଣତ କରିବାକୁ ଦେଇନାହାଁନ୍ତି ଅଦିତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.