ETV Bharat / sports

କୋରେନା ଭାଇରସ: ରକ୍ତଦାନ କଲେ ଫୁଟବଲ ଖେଳାଳି ଜେଜେ ଲାଲପେଖଲୁୟା - ମିଜୋରାମର ଜେଜେ ଲାଲପେଖଲୁୟା

କୋରୋନା ବିରୋଧି ଲଢେଇରେ ସହଯୋଗ ପାଇଁ ରକ୍ତଦାନ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି ଭାରତୀୟ ଖେଳାଳି । ଫୁଟବଲ ଟିମ ଇଣ୍ଡିଆର ଖେଳାଳି ଜେଜେ ଲାଲପେଖଲୁୟା ମିଜୋରାମରେ ଏକ ଘରୋଇ ସଂଗଠନରେ ରକ୍ତଦାନ କରିଛନ୍ତି ।

Indian Footballer jeje Lalpekhulua donates blood to help during Covid-19 crisis
କୋରେନା ଭାଇରସ: ରକ୍ତଦାନ କଲେ ଫୁଟବଲ ଖେଳାଳି ଜେଜେ ଲାଲପେଖଲୁୟା
author img

By

Published : Apr 13, 2020, 10:22 AM IST

ହାଇଦ୍ରାବାଦ: କୋରୋନା ବିରୋଧି ଲଢେଇରେ ସହଯୋଗ ପାଇଁ ରକ୍ତଦାନ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି ଭାରତୀୟ ଖେଳାଳି । ଫୁଟବଲ ଟିମ ଇଣ୍ଡିଆର ଖେଳାଳି ଜେଜେ ଲାଲପେଖଲୁୟା ମିଜୋରାମରେ ଏକ ଘରୋଇ ସଂଗଠନରେ ରକ୍ତଦାନ କରିଛନ୍ତି । ଏହାଦ୍ବାରା କେବଳ ଖେଳ ଦ୍ବାରା ଫ୍ୟାନ୍ସଙ୍କ ମନୋରଞ୍ଜନ ନୁହଁ, ଦେଶର କଠିନ ସମୟରେ ନିଜ ଦେହର ରକ୍ତ ମଧ୍ୟ ଭାରତୀୟ କ୍ରୀଡାବିତ ଦାନ କରିପାରନ୍ତି ବୋଲି ସେ ପ୍ରମାଣ କରିଛନ୍ତି ।

Indian Footballer jeje Lalpekhulua donates blood to help during Covid-19 crisis
ରକ୍ତଦାନ କଲେ ଫୁଟବଲ ଖେଳାଳି ଜେଜେ ଲାଲପେଖଲୁୟା

ଦେଶ ମହାମାରୀ କୋରୋନା ଭାଇରସର ମୁକାବିଲା ଜାରି ରଖିଛି । ଏପରି ସ୍ଥିତିରେ ଦେଶର ବିଭିନ୍ନ ହସ୍ପିଟାଲର ରକ୍ତଭଣ୍ଡାରରେ ରକ୍ତ କମ ପଡୁଥିବା ମଧ୍ୟ ଖବର ରହିଛି । ମିଜୋରାମର ଏକ ହସ୍ପିଟାଲରେ ଯୁବ ମିଜୋ ଆସୋସିଏସନ ନାମକ ଏକ ସଂଗଠନ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଖବର ଶୁଣିବା ପରେ 29 ବର୍ଷିୟ ଜେଜେ ତୁରନ୍ତ ମାସ୍କ ପିନ୍ଧି ରକ୍ତଦାନ ପାଇଁ ପହଞ୍ଚିଥିଲେ ବୋଲି କହିଛନ୍ତି ।

ଜେଜେ ଇଣ୍ଡିଆନ ସୁପର ଲିଗରେ ଚେନ୍ନାଇ ଏଫସିର ପ୍ରମୁଖ ଫରୱାର୍ଡ ଖେଳାଳି ରହିଛନ୍ତି । ଭାରତୀୟ ଦଳରେ ଶେଷମ୍ୟାଚ 2019ରେ AFC ଏସିଆନ କପ ୟୁଏଇରେ ଖେଳିଥିଲେ । କୋରୋନା ବିରୋଧି ଲଢେଇରେ ଦେଶର କ୍ରୀଡାବିତ ସହଯୋଗ ପାଇଁ ଆଗେଇ ଆସୁଥିବା ଦେଖିବାକୁ ମିଳିଛି । କେଉଁଠି ଗରିବ ଲୋକଙ୍କୁ ଖାଇବା, ଚାଉଳ, ଆଉ କେହି ମାସ୍କ-ସାନିଟାଇଜର ବାଣ୍ଟୁଥିବାର ଦେଖିବାକୁ ମିଳିଛି । ଅନେକ ଖେଳାଳି ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ ଓ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତାର ଅର୍ଥରାଶି ଦାନ କରିଛନ୍ତି । ଲୋକଙ୍କୁ ଘରେ ରହି ସୁସ୍ଥ ଓ ସୁରକ୍ଷିତ ରହିବାକୁ ଲଗାତାର ଅପିଲ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.