ନୂଆଦିଲ୍ଲୀ: ଭାରତୀୟ ମିଡଫିଲ୍ଡର ଅନିରୁଦ୍ଧ ଥାପ୍ପା କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ତାଙ୍କୁ ଦୋହାର ଟିମ ହୋଟେଲରେ କ୍ବାରେଣ୍ଟିନରେ ରଖାଯାଇଛି । ଗତ ବୁଧବାର ଥାପ୍ପାଙ୍କ କୋରୋନା ରିପୋର୍ଟ ପଜିଟିଭ ଜଣାପଡିଥିଲା । ଏହାପରେ ତାଙ୍କୁ ଅନ୍ୟ ଖେଳାଳିଙ୍କ ଠାରୁ ଅଲଗା ରଖାଯାଇଥିବା ସ୍ପଷ୍ଟ କରିଛନ୍ତି, ସର୍ବଭାରତୀୟ ଫୁଟବଲ ମହାସଂଘର ସାଧାରଣ ସମ୍ପାଦକ କୁଶାଲ ଦାସ ।
ଭାରତୀୟ ଫୁଟବଲ ଟିମ ବିଶ୍ବକପ ଓ ଏସିଆନ କପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବାକୁ ଦୋହା ଗସ୍ତରେ ରହିଛି । ତେବେ ଗତ ଗୁରୁବାର ଏସିଆନ ଚମ୍ପିଆନ କ୍ବାତାର ଠାରୁ 0-1ରେ ପରାସ୍ତ ହୋଇଛି ଭାରତ ।
23ବର୍ଷୀୟ ଚେନ୍ନାଇୟାନ ଖେଳାଳି କିଛିଦିନ ମଧ୍ୟରେ ପୁନଃ ଟେଷ୍ଟର ସାମ୍ନା କରିବେ । ଭାରତ ପାଇଁ ସେ 20ରୁ ଅଧିକ ମ୍ୟାଚ ଖେଳିସାରିଛନ୍ତି । ବିଶ୍ବକପ ଟିକେଟ ରେସ୍ରୁ ବାଦ ପଡିସାରିଥିବା ଭାରତ 2023 ଏସିଆନ କପ୍ ପାଇଁ ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ରହିଛି ।
6ଟି ମ୍ୟାଚ୍ରୁ 3 ପଏଣ୍ଟ ସହ ଏଯାବତ ବିଜୟର ସ୍ବାଦ ଚାଖିନଥିବା ଭାରତ ଗ୍ରୁପ ଇ ତାଲିକାର 4ର୍ଥ ସ୍ଥାନରେ ରହିଛି । ଜୁନ 7ରେ ବାଲାଂଦେଶ ଓ ଜୁନ 15ରେ ଆଫଗାନିସ୍ତାନ ବିପକ୍ଷରେ ଭାରତର ମ୍ୟାଚ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ