ETV Bharat / sports

ଭାରତ ଓ ନେପାଳ ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଡ୍ର'

ଭାରତ ଓ ନେପାଳ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚ ୧-୧ରେ ଡ୍ର' ହୋଇଛି । କାଠମାଣ୍ଡୁର ଦଶରଥ ଷ୍ଟାଡିୟମରେ ଏହି ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯାଇଥିଲା । ଅଧିକ ପଢ଼ନ୍ତୁ...

author img

By

Published : Sep 2, 2021, 10:50 PM IST

Updated : Sep 2, 2021, 10:55 PM IST

ଭାରତ ଓ ନେପାଳ ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଡ୍ର'ରେ ଶେଷ ହୋଇଛି

କାଠମାଣ୍ଡୁ : ଭାରତ ଓ ନେପାଳ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚ ୧-୧ରେ ଡ୍ର' ହୋଇଛି । କାଠମାଣ୍ଡୁର ଦଶରଥ ଷ୍ଟାଡିୟମରେ ଏହି ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯାଇଥିଲା । ମିଡଫିଲଡର ଅନିରୁଦ୍ଧ ଥାପା ମ୍ୟାଚର ୬୦ତମ ମିନିଟରେ ଏକ ଗୋଲରେ ଦେବାରେ ସକ୍ଷମ ହୋଇଥିଲେ । ମ୍ୟାଚରେ ଦୁଇଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ମ୍ୟାଚ ଆରମ୍ଭ ହେବାର ୩୬ତମ ମିନିଟରେ ନେପାଳର ଅଞ୍ଜନ ବିସ୍ତା ଏକ ଗୋଲ ସ୍କୋର କରିଥିଲେ ।

ହାପ୍ ଟାଇମ ପରେ ଭାରତର ଚିଙ୍ଗ୍ଲନସାନା ସିଂହଙ୍କୁ ଏକ ଗୋଲ ସ୍କୋର କରିବାର ସୁଯୋଗ ମିଳିଥିଲେ ସୁଦ୍ଧା ସେ ଏହାର ଫାଇଦା ଉଠାଇ ପାରିନଥିଲେ । ସେପଟେ ଲିଷ୍ଟନ କୋଲାକୋ ଲଗାତାର ଆକ୍ରମକ ଖେଳ ପ୍ରଦର୍ଶନ କରି ନେପାଳ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲେ । ନବମତମ ମିନିଟରେ ହିଁ ନେପାଳର ଡିଫେନ୍ସ ଭେଦ କରିଦେଇଥିଲେ । ତେବେ ତାଙ୍କୁ ସଠିକ ପାସ ନମିଳିବାରୁ ସେ ଗୋଲ କରି ପାରିନଥିଲେ ।

ସେପ୍ଟେମ୍ବର ୫ ତାରିଖରେ ପୁନଃ ଦୁଇ ଦଳ ମଧ୍ୟରେ ଆଉ ଏକ ବନ୍ଧୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ସନ୍ଧ୍ୟା ୫ଟା ବେଳେ ଖେଳାଯିବ । ଇଣ୍ଡିଆନ ଫୁଟବଲ ଟିମ ଫେସବୁକ ପେଜରେ ଏହି ମ୍ୟାଚକୁ ଲାଇଭ ଦେଖିପାରିବେ ଫ୍ୟାନ । ଏହି ମ୍ୟାଚରେ ରହିମ ଅଲୀ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଅକ୍ଟୋବର ୩ ତାରିଖରୁ ମାଳଦୀପରେ ଆରମ୍ଭ ହେବ ସାଫ ଚମ୍ପିଆନସିପ । ଭାରତ ବ୍ୟତୀତ ଏଥିରେ ବାଂଲାଦେଶ, ଶ୍ରୀଲଙ୍କା ନେପାଲ ଭଳି ଫୁଟବଲ ଦଳ ଭାଗ ନେବେ । ୧୩ ତାରିଖ ପର୍ଯ୍ୟନ୍ତ ଏହି ଚମ୍ପିଆସିପ ଚାଲିବ । ଶେଷ ଥର ପାଇଁ ଭାରତୀୟ ଫୁଟବଲ ଦଳ ୨୦୧୮ ଜୁନ ୧୫ ତାରିଖରେ ୨୦୨୩ ଏସିଆନ କପ ଯୋଗ୍ୟତା ପର୍ଯ୍ୟାୟ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲା । ଏହି ମ୍ୟାଚ କତାରରେ ଖେଳାଯାଇଥିଲା । ଆଜିର ମ୍ୟାଚରେ ଭାରତକୁ ନିଶ୍ଚିତ ଫାଇଦା ମିଳିଛି ବୋଲି କହିଛନ୍ତି ଭାରତୀୟ ଦଳର କୋଚ ଇଗୋର ଷ୍ଟିମାକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 2, 2021, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.