ETV Bharat / sports

ଦୁରନ୍ଦ କପ୍‌ରୁ ହାଇଦ୍ରାବାଦ ଏଫସି ଆଉଟ୍‌ - Hyderabad FC knocked out

ଆର୍ମୀ ରେଡ୍‌ ଠାରୁ ପରାଜୟ ପରେ ଦୁରନ୍ଦ କପ୍‌ରେ ହାଇଦ୍ରାବାଦ ଏଫସିର ଅଭିଯାନ ଶେଷ । ଅଧିକ ପଢନ୍ତୁ...

ଦୁରନ୍ଦ କପ୍‌ରୁ ହାଇଦ୍ରାବାଦ ଏଫସି ଆଉଟ୍‌
Hyderabad FC knocked out of Durand Cup
author img

By

Published : Sep 19, 2021, 10:33 PM IST

କୋଲକାତା: ଦୁରନ୍ଦ କପ୍‌ରେ ହାଇଦ୍ରାବାଦ ଏଫସିର ଅଭିଯାନ ଶେଷ ହୋଇଛି । ରବିବାର ସଲ୍ଟ ଲେକ୍‌ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଆର୍ମୀ ରେଡ୍‌ ଫୁଟବଲ ଟିମ ଠାରୁ ୨-୧ରେ ପରାଜୟ ପରେ, ପ୍ରତିଯୋଗିତାରୁ ବାଦ୍‌ ପଡିଛି ହାଇଦ୍ରାବାଦ ।

ଟୁର୍ଣ୍ଣାମେଣ୍ଟରେ ରହିବାକୁ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଥିବା ଶାମିଲ ଚେମ୍ବାକାଥଙ୍କ ଟିମ ସକରାତ୍ମକ ଆତ୍ମବିଶ୍ବାସର ସହିତ ଆରମ୍ଭ କରିଥିଲା । ମାତ୍ର ମ୍ୟାଚର ୩୩ତମ ମିନିଟରେ ଲିଟନ ସିଲଙ୍କ ଚମତ୍କାର ଗୋଲ୍‌ ହାଇଦ୍ରାବାଦକୁ ପଛରେ ପକାଇଥିଲା । ମାତ୍ର ଯୁବ ଖେଳାଳି ଲଢୁଆ ପ୍ରଦର୍ଶନ ସହିତ ଏହାର ମାତ୍ର ଦୁଇଟି ମିନିଟ ପରେ ଗୋଲ୍‌ ସ୍କୋର କରିବା ସହ ବରାବର ସ୍ଥିତିକୁ ଆଣିଥିଲେ । କୌସ୍ତବ ଦତ୍ତ ୨୩ତମ ମିନିଟରେ ଗୋଲ୍‌ କରିଥିଲେ ।

ଏହାପରେ ବେଶ କିଛି ସମୟ ପର୍ଯ୍ୟନ୍ତ ଉଭୟ ଟିମ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା ଓ ସ୍କୋର ୧-୧ରେ ବରାବର ଥିଲା । ମାତ୍ର ମ୍ୟାଚ୍‌ର ୭୦ତମ ମିନିଟରେ ଲିଟନ ସିଲ ପୁଣି ଏକ ମ୍ୟାଚ ବିଜୟୀ ଗୋଲ୍‌ କରିବା ସହ ୨-୧ରେ ଟିମକୁ ଆଗୁଆ କରାଇଥିଲେ ।

ଏହି ମ୍ୟାଚ୍‌ ପରେ ହାଇଦ୍ରାବାଦ ଏଫସି ମୋଟ ୩ଟି ମ୍ୟାଚରୁ ଗୋଟିଏ ବିଜୟ ସହିତ ୩ ପଏଣ୍ଟ ସହ ପଏଣ୍ଟ ଟେବୁଲର ତୃତୀୟରେ ସନ୍ତୁଷ୍ଟ ହୋଇଛି । ଅନ୍ୟପଟେ ଗ୍ରୁପ ଡି' ପ୍ରତିଯୋଗିତାରୁ ଗୋକୁଲାମ କେରଳ(୭ପଏଣ୍ଟ) ଓ ଆର୍ମୀ ରେଡ(୭ ପଏଣ୍ଟ) ସହ ନକଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.