ETV Bharat / sports

ହିରୋ ସୁପର କପ ଫୁଟବଲ: ମୁମ୍ବାଇ ଏଫସିକୁ ହରାଇ କ୍ୱାର୍ଟରରେ ଚେନ୍ନିୟାନ ଏଫସି - bhubaneswar

ମୁମ୍ବାଇ ଦଳ 0-2ରେ ହାରିବା ସହିତ ଚେନ୍ନିୟାନ ପ୍ରଥମ ଦଳଭାବେ କ୍ୱାଟର ଫାଇନଲରେ ପ୍ରବେଶ କରିଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର
author img

By

Published : Mar 30, 2019, 5:04 AM IST

ଭୁବନେଶ୍ୱର:ଲିଗ ପର୍ଯ୍ୟାୟ ମ୍ୟାଚର କିଛିଦିନ ବିରତି ପରେ କଳିଙ୍ଗ ଷ୍ଟାଡିୟମରେ ପୁଣି ଆରମ୍ଭ ହୋଇଛି ହିରୋ ସୁପର କପ ଫୁଟବଲ। ଯାହାର ପ୍ରଥମ ମ୍ୟାଚରେ ମୁମ୍ବାଇ ଏଫସିକୁ ଚେନ୍ନିୟାନ ଏଫସି 0-2ଗୋଲରେ ପରାସ୍ତ କରି କ୍ୱାଟରଫାଇନଲରେ ପ୍ରବେଶ କରିଛି।

ଶୁକ୍ରବାର ରାତି 8.30 ମିନିଟ ସମୟରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଦୁଇ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମଳିଥିଲା। ମ୍ୟାଚର ପ୍ରଥମାର୍ଦ୍ଧର ଶେଷ ମୁହୂର୍ତ୍ତରେ ଚେନ୍ନିୟାନ ଖେଳାଳି ବିନିତ ଖେଳର 42ତମ ମିନିଟରେ ପ୍ରଥମ ଗୋଲ ଦେବାକୁ ସକ୍ଷମ ହୋଇଥିଲେ। ପରେ ପରେ ଦଳର ଅନ୍ୟତମ ଖେଳାଳି ଜେଜେ ଦ୍ଵିତୀୟ ଗୋଲ ଦେଇଥିଲେ। ଯାହାକି ମୁମ୍ବାଇ ଦଳ ପାଇଁ ବିପଦ ଆଣିଦେଇଥିଲା।

hero super cup, football tournament, chenniyan fc, beat, mumbai fc, enter, quarters, bhubaneswar, ଭୁବନେଶ୍ୱର
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର

ଏହାପରେ ଦ୍ଵିତୀୟର୍ଦ୍ଧ ଆରମ୍ଭ ହେବାକ୍ଷଣି ମୁମ୍ବାଇ ଗୋଲ କରିବା ପାଇଁ ସଂଘର୍ଷ କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲା। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅନେକ ସୁଯୋଗ ମିଳିଥିଲେ ମଧ୍ୟ ମୁମ୍ବାଇର କୌଣସି ଖେଳାଳି ତାହାକୁ ଗୋଳରେ ରୂପାନ୍ତର କରିପାରିନଥିଲେ। ମୁମ୍ବାଇ ଦଳ 0-2ରେ ହାରିବା ସହିତ ଚେନ୍ନିୟାନ ପ୍ରଥମ ଦଳଭାବେ କ୍ୱାଟର ଫାଇନଲରେ ପ୍ରବେଶ କରିଛି। ଶୁକ୍ରବାର ମ୍ୟାଚରେ ଉନ୍ନତ ପ୍ରଦର୍ଶନ ପାଇଁ ଚେନ୍ନିୟାନ ଏଫସିର ଅଧିନାୟକ ମେଲସନ ଆଲଭସଙ୍କୁ ହିରୋ ଅଫ ଦ ମ୍ୟାଚ ବିବେଚିତ କରାଯାଇଛି। ଶନିବାର ଅପରାହ୍ନ 5ଟା ଓ ସନ୍ଧ୍ୟା 8.30ରେ ଦୁଇଟି ମ୍ୟାଚ ଖେଳାଯିବାର ସୂଚନା ରହିଛି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.