ପାଣାଜି: ଆଇଏସଏଲର ସପ୍ତମ ସଂସ୍କରଣ ବେଶ୍ ରୋମାଞ୍ଚକର ଭରା ରହିଛି । ତେବେ ଗତକାଲି ଜାମସେଦପୁର ଏଫ୍ସି ଓ ଏଫ୍ସି ଗୋଆ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଏଫ୍ସି ଗୋଆର ଦବ୍ଦବା ବେଶ୍ ଦେଖିବାକୁ ମିଳିଥିଲା । ଏଥିସହ ଗୋଆ 3-0ରେ ଜାମସେଦପୁରକୁ ହରାଇଛି ।
-
From one BOX to the other!
— Indian Super League (@IndSuperLeague) January 14, 2021 " class="align-text-top noRightClick twitterSection" data="
That 𝐑𝐔𝐍 and 𝐅𝐈𝐍𝐈𝐒𝐇 from @IvanGGonzalezz 🤯#FCGJFC #HeroISL #LetsFootball pic.twitter.com/Ux2lDI5aPf
">From one BOX to the other!
— Indian Super League (@IndSuperLeague) January 14, 2021
That 𝐑𝐔𝐍 and 𝐅𝐈𝐍𝐈𝐒𝐇 from @IvanGGonzalezz 🤯#FCGJFC #HeroISL #LetsFootball pic.twitter.com/Ux2lDI5aPfFrom one BOX to the other!
— Indian Super League (@IndSuperLeague) January 14, 2021
That 𝐑𝐔𝐍 and 𝐅𝐈𝐍𝐈𝐒𝐇 from @IvanGGonzalezz 🤯#FCGJFC #HeroISL #LetsFootball pic.twitter.com/Ux2lDI5aPf
ଏହି ବିଜୟ ସହ ଏଫ୍ସି ଗୋଆ ପଏଣ୍ଟ ଟେବୁଲରେ ଗୋଟିଏ ସ୍ଥାନ ଉପରକୁ ଉଠିଛି । ଗୋଆ 5ଟି ବିଜୟ ଓ 3ଟି ଡ୍ର ସହ 18 ଅଙ୍କ ପାଇ 3ୟସ୍ଥାନରେ ରହିଛି । ସେହିପରି ଜାମସେଦପୁର 11ଟି ମ୍ୟାଚ ଖେଳି 4ଟିରେ ପରାଜୟ ହୋଇ 13ଅଙ୍କ ସହ 7ମ ସ୍ଥାନରେ ରହିଛି । ଜାମସେଦପୁରର ଏହା କ୍ରମାଗତ 2ୟ ପରାଜୟ ।
ଗତକାଲି(ଗୁରୁବାର) ମ୍ୟାଚର ପ୍ରଥମାର୍ଦ୍ଧରେ ସ୍କୋର 1-0ରେ ରହିଥିଲା । ଗୋଆ ପକ୍ଷରୁ ଜର୍ଜ ଓର୍ଟିଜ 19ମିନିଟ୍ରେ ପ୍ରଥମ ଗୋଲ୍ କରିଥିଲା । ଏହାପରେ ଦ୍ବିତୀୟାର୍ଦ୍ଧରେ ବି ପୁଣି ଜର୍ଜ ଓର୍ଟିଜ 52 ମିନିଟ୍ ଜାମସେଦପୁରକୁ ଆଉ ଏକ ଗୋଲ୍ ଦେଇ ସ୍କୋରକୁ 2-0କୁ ଆଣି ଦେଇଥିଲେ । ପୁଣି ଗୋଆ ପକ୍ଷରୁ 89ମିନିଟ୍ରେ ଗୋନଜାଲେଜ୍ ଜାମସେଦପୁରକୁ ଆଉ ଏକ ଗୋଲ୍ ଦେଇ ମ୍ୟାଚକୁ ନିଜ କବ୍ଜାରେ କରି ନେଇଥିଲେ ।