ETV Bharat / sports

ପରଲୋକରେ ଭାରତୀୟ ଫୁଟବଲ ଟିମର ପୂର୍ବତନ ଗୋଲ୍‌କିପର ପ୍ରଶାନ୍ତ ଦୋରା

ପରଲୋକରେ ପୂର୍ବତନ ଭାରତୀୟ ଗୋଲ୍‌କିପର ପ୍ରଶାନ୍ତ ଦୋରା । ମୃତ୍ୟୁବେଳକୁ ହୋଇଥିଲା 44 ବର୍ଷ । ଅଧିକ ପଢନ୍ତୁ...

Former India goalkeeper Prasanta Dora passes away
ପରଲୋକରେ ଭାରତୀୟ ଫୁଟବଲ ଟିମର ପୂର୍ବତନ ଗୋଲ୍‌କିପର ପ୍ରଶାନ୍ତ ଦୋରା
author img

By

Published : Jan 26, 2021, 7:08 PM IST

ହାଇଦ୍ରାବାଦ: ଗଣତନ୍ତ୍ର ଦିବସରେ କ୍ରୀଡା ଜଗତରୁ ଆସିଲା ଦୁଃଖଦ ଖବର । ପରଲୋକରେ ପୂର୍ବତନ ଭାରତୀୟ ଗୋଲ୍‌କିପର ପ୍ରଶାନ୍ତ ଦୋରା । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ପ୍ରଶାନ୍ତ । ଗତ ଡିସେମ୍ବର 28ରେ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।ପ୍ରଶାନ୍ତ ହେମୋଫାଗୋସିଟିକ୍ ଲିମ୍ଫୋହିଷ୍ଟାଇଓସିଟୋସିସ୍(HLH)ରେ ଆକ୍ରାନ୍ତ ଥିଲେବୋଲି ଜଣାପଡିଛି । ମୃତ୍ୟୁବେଳକୁ ତାଙ୍କୁ 44 ବର୍ଷ ବୟସ ହୋଇଥିଲା ।

ପ୍ରଶାନ୍ତଙ୍କ ଦେହାନ୍ତ ନେଇ ମୋହୁନ ବଗାନ ଦୁଃଖ ପ୍ରକାଶ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛି । ଭାରତୀୟ ଜାତୀୟ ଫୁଟବଲ ଟିମ ସହ ମୋହୁନ ବଗାନର ମଧ୍ୟ ପୂର୍ବତନ ଗୋଲକିପର ଥିଲେ ପ୍ରଶାନ୍ତ ଦୋରା । 2001ରୁ 2005 ପର୍ଯ୍ୟନ୍ତ ସେ ମହୁନ ବଗାନର ସଦସ୍ୟ ଥିଲେ । ତାଙ୍କର ପ୍ରଭାବୀ ପ୍ରଦର୍ଶନ ବଳରେ କ୍ଳବ 2003ରେ IFA ସିଲ୍ଡ ବିଜୟୀ ହୋଇଥିଲା ।

ତାଙ୍କର ଖେଳ କ୍ୟାରିୟର ସମୟରେ, ପ୍ରଶାନ୍ତ ଟଲିଗ୍ୟୁନ ଆଗ୍ରାଗାମି, କୋଲକାତା ପୋର୍ଟ ଟ୍ରଷ୍ଟ, ମହମ୍ମେଦନ ସ୍ପୋର୍ଟିଂ, ମୋହୁନ ବଗାନ ଓ ଇଷ୍ଟ ବେଙ୍ଗଲ ପକ୍ଷରୁ ଖେଳିଛନ୍ତି । ବେଙ୍ଗଲ ଲଗାତାର ସନ୍ତୋଷ ଟ୍ରଫି ଟାଇଟେଲ ବିଜେତା ହୋଇଥିବା ସତମୟରେ ସେ ଗୋଲ୍‌ କିପର ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.