ଲଣ୍ଡନ: ଇଂଲଣ୍ଡ ଫୁଟବଲ ଟିମର ପୂର୍ବତନ ଡିଫେଣ୍ଡର କେନି ସାନସମ ହଠାତ ଅସୁସ୍ଥ ହୋଇଛନ୍ତି । ଫଳରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେନିଙ୍କ ଅସୁସ୍ଥତାର କାରଣ କୋରୋନା ଭାଇରସ ନୁହେଁ ବୋଲି ଜଣାପଡିଛି ।
ନିଜ ଟ୍ବିଟର ଆକାଉଣ୍ଟରେ ଅସୁସ୍ଥତା ନେଇ ସୂଚନା ଦେଇଛନ୍ତି 61 ବର୍ଷିୟ କେନି । ତେବେ ସେ କୋଭିଡ-19ର ସଂକ୍ରମଣର ଶୀକାର ହୋଇନଥିବା କହିଛନ୍ତି ।
ଆର୍ସେନେଲ କ୍ଳବ ପକ୍ଷରୁ ବର୍ଷ 1980ରୁ 1988 ମଧ୍ୟରେ 394ଟି ମ୍ୟାଚ ଖେଳିଛନ୍ତି କେନି । ଏଥିସହିତ 1987ରେ ଲିଗ କପ ବିଜେତା ଦଳର ସଦସ୍ୟ ରହିଛନ୍ତି । ଇଂଲଣ୍ଡ ପକ୍ଷରୁ 86ଟି ମ୍ୟାଚ ଖେଳିଛନ୍ତି ଭେଟେରାନ କେନି । 1982 ଓ 1986 ବିଶ୍ବବିଜୟୀ ଇଂଲଣ୍ଡ ଟିମର ବିଜେତା ସଦସ୍ୟ ରହିଛନ୍ତି କେନି ସାନସମ ।