ETV Bharat / sports

ପରଲୋକରେ ପୂର୍ବତନ AIFF ଉପ-ସଭାପତି ସିଆର ବିଶ୍ବନାଥନ

author img

By

Published : Jun 15, 2021, 7:52 PM IST

ଚେନ୍ନାଇରେ ପୂର୍ବତନ ସର୍ବଭାରତୀୟ ଫୁଟବଲ ମହାସଂଘର ଉପସଭାପତି ସିଆର ବିଶ୍ବନାଥନଙ୍କ ପରଲୋକ । ଅଦିକ ପଢନ୍ତୁ...

Former AIFF V-P Viswanathan passes away
ପରଲୋକରେ ପୂର୍ବତନ AIFF ଉପ-ସଭାପତି ସିଆର ବିଶ୍ବନାଥନ

ନୂଆଦିଲ୍ଲୀ: ପୂର୍ବତନ ସର୍ବଭାରତୀୟ ଫୁଟବଲ ମହାସଂଘର ଉପ-ସଭାପତି ସିଆର ବିଶ୍ବନାଥନଙ୍କ ପରଲୋକ । ଚେନ୍ନାଇରେ ଭେଟେରାନ କ୍ରୀଡା ପ୍ରଶାସକ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 85 ବର୍ଷ ବୟସ ହୋଇଥିଲା । 204ରୁ 2008 ପର୍ଯ୍ୟନ୍ତ AIFF ର ଉପ-ସଭାପତି ଓ 2008ରୁ 2012 ପର୍ଯ୍ୟନ୍ତ AIFFର କାର୍ଯ୍ୟନିବାହୀ କମିଟି ସଦସ୍ୟ ରହିଥିଲେ ବିଶ୍ବନାଥନ । ଏଥିସହ ବର୍ଷ 2009ରୁ 2012 ପର୍ଯ୍ୟନ୍ତ AIFF ର ଟେକ୍ନିକାଲ କମିଟିର ଅଧ୍ୟକ୍ଷ ଭାବେ ମଧ୍ୟ ତାଲିକା ତୁଲାଇଛନ୍ତି ।

ସେ ତାମିଲନାଡୁ ଫୁଟବଲ ସଂଘର ଓ କୋଇମ୍ବାତୁର ଜିଲ୍ଲା ଫୁଟବଲ ସଂଘର ସଭାପତି ମଧ୍ୟ ରହିଛନ୍ତି । ଚେନ୍ନାଇର ଜବାହାରଲାଲ ଷ୍ଟାଡିୟମରେ 1993 ନେହେରୁ କପ ଆୟୋଜନ କରିବାରେ ପ୍ରମୁଖ ଭୁମିକା ନିଭାଇଥିଲେ ବିଶ୍ବନାଥନ । "ଭାରତୀୟ ଫୁଟବଲ ଓ କ୍ରୀଡା ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସିଆର ବିଶ୍ବନାଥନ ସର୍ବଦା ସ୍ମରଣୀୟ ହୋଇ ରହିବେ ।" ଭାରତୀୟ ଫୁଟବଲ ମହାସଂଘର ସଭାପତି ପ୍ରଫୁଲ୍ଲ ପଟେଲ, ବିଶ୍ବନାଥନଙ୍କ ଦେହାନ୍ତରେ ଗଭୀର ଶୋକବାର୍ତ୍ତାରେ ଏହା କହିଛନ୍ତି ।

ଭାରତୀୟ ଫୁଟବଲ ସମୁଦାୟ ପକ୍ଷରୁ AIFF ସାଧାରଣ ସମ୍ପାଦକ କୁଶାଲ ଦାସ ବିଶ୍ବନାଥନଙ୍କ ଦେହାନ୍ତରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଏଥିସହ ସେ କହିଛନ୍ତି, ଭେଟେରାନ କ୍ରୀଡା ପ୍ରଶାସକ କେବଳ ଭାରତୀୟ ଫୁଟବଲରେ ଭିନ୍ନ ଭିନ୍ନ ଦାୟିତ୍ବରେ କାର୍ଯ୍ୟ କରିନାହାନ୍ତି ବରଂ ଭାରତୀୟ କ୍ରୀଡାର ସାମଗ୍ରୀକ ବିକାଶ ପାଇଁ ଦୀର୍ଘଦିନ ସେବା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.