କୋଲକତା: ବିଶ୍ବକପ କ୍ବାଲିଫାୟର ମୁକାବିଲାରେ ଭାରତ-ବାଂଲାଦେଶ ମ୍ୟାଚ ଡ୍ର । ଭାରତ ପକ୍ଷରୁ ଆଦିଲ ଖାନ 88 ମିନିଟ୍ରେ ଗୋଲ କରି ମ୍ୟାଚକୁ ଡ୍ର କରାଇବାରେ ସକ୍ଷମ ହୋଇଛନ୍ତି ।

କୋଲକତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଭାରତ- ବାଂଲାଦେଶ ମୁହାଁମୁହିଁ ହୋଇଥିଲେ। ଆରମ୍ଭରୁ ଭାରତକୁ ଆଟାକିଙ୍ଗ୍ ମୁଡରେ ଦେଖିବାକୁ ମିଳିଥିଲା । କିନ୍ତୁ ଗୋଲରେ ପରିଣତ କରିପାରି ନଥିଲେ ଭାରତୀୟ ଖେଳାଳି ।

ବିପକ୍ଷ ଦଳ ପକ୍ଷରୁ ସାଦ୍ ଉଦିନ୍ 41 ମିନିଟ୍ରେ ଭାରତକୁ ପ୍ରଥମ ଗୋଲ ଦେଇଥିଲେ । ତେବେ ଶେଷ 88 ମିନିଟ୍ରେ ଭାରତ ପକ୍ଷରୁ ଆଦିଲ ଖାନ ବାଂଲା ଗୋଲପୋଷ୍ଟରେ ଗୋଲ କରି ମ୍ୟାଚକୁ ଡ୍ର କରିଥିଲେ ।

ଭାରତକୁ ବିଶ୍ବକପ ଯୋଗ୍ୟତା ମ୍ୟାଚରେ ଗୋଟିଏ ବି ସଫଳତା ମିଳି ନାହିଁ । ଆଜିର(ମଙ୍ଗଳବାର) ଏହି ମ୍ୟାଚ ଡ୍ର ପରେ 2ଅଙ୍କ ସହ ଗ୍ରୁପ୍ରେ ଚତୁର୍ଥ ସ୍ଥାନରେ ଭାରତ ରହିଛି ।