ETV Bharat / sports

EPL: ମାଞ୍ଚେଷ୍ଟର ୟୁନାଇଟେଡର ଚମ୍ପିଆନ୍ସ ଲିଗ ଆଶା ଉଜ୍ଜିବିତ - ଚମ୍ପିଆନ୍ସ ଲିଗ ଯୋଗ୍ୟତା ଅର୍ଜନ

ଚଳିତ ଇଂଲିସ ପ୍ରିମିୟର ଲିଗ(EPL)ରେ ମାଞ୍ଚେଷ୍ଟର ୟୁନାଇଟେଡ, ଚମ୍ପିଆନ୍ସ ଲିଗ ଯୋଗ୍ୟତା ଅର୍ଜନ କରିବା ନେଇ ଆଶାବାଦୀ ରହିଛି ।

EPL: Manchester United boost Championship league hopes
EPL: ମାଞ୍ଚେଷ୍ଟର ୟୁନାଇଟେଡର ଚମ୍ପିଆନ୍ସ ଲିଗ ଆଶା ଉଜ୍ଜିବିତ
author img

By

Published : Jul 17, 2020, 4:55 PM IST

ଲଣ୍ଡନ: ଚଳିତ ଇଂଲିସ ପ୍ରିମିୟର ଲିଗ(EPL)ରେ ମାଞ୍ଚେଷ୍ଟର ୟୁନାଇଟେଡ, ଚମ୍ପିଆନ୍ସ ଲିଗ ଯୋଗ୍ୟତା ଅର୍ଜନ କରିବା ନେଇ ଆଶାବାଦୀ ରହିଛି । କ୍ରୀଷ୍ଟଲ ପ୍ୟାଲେସକୁ 2-0ରେ ପରାସ୍ତ କରିବା ପରେ ଏହି ସମ୍ଭାବନା ବୃଦ୍ଧି ପାଇଛି । ୟୁନାଇଟେଡର ଦୁଇ ଷ୍ଟାର ଖେଳାଳି ଆନ୍ଥୋନି ମାର୍ସିଆଲ ଓ ମାର୍କସ ରସଫୋର୍ଡ ଦୁଇଟି ଦମଦାର ଗୋଲ କରିଥିଲେ ।

ଶ୍ରେଷ୍ଠ 4ଟି ଟିମ ଚମ୍ପିଆନ୍ସ ଲିଗ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିବେ । ବର୍ତ୍ତମାନ ୟୁନାଇଟେଡ 62 ପଏଣ୍ଟ ସହ 5ମ ସ୍ଥାନରେ ରହିଛି । ତେବେ ପଏଣ୍ଟ ସମାନ ଥିଲେ ମଧ୍ୟ ଗୋଲ ବ୍ୟବଧାନ ଆଧାରରେ ଲିସଷ୍ଟର ସିଟି 4ର୍ଥ ସ୍ଥାନରେ ରହିଛି । 63 ପଏଣ୍ଟ ସହ 3ୟ ସ୍ଥାନରେ ଚେଲସିୟା ରହିଛି ।

ତେବେ ୟୁନାଇଟେଡର ପରବର୍ତ୍ତୀ ମୁକାବିଲା ଲିସଷ୍ଟର ସିଟି ସହ ରହିଛି । ଏହି ମୁକାବିଲାରେ 4ର୍ଥ ସ୍ଥାନ ପାଇଁ ଉଭୟ ଟିମରେ ନିର୍ଣ୍ଣାୟକ ଲଢେଇ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.