ଲଣ୍ଡନ: ମହାମାରୀ କୋରୋନା ଭାଇରସର ପ୍ରଭାବ ବିଶ୍ବବ୍ୟାପୀ କମ ହୋଇନାହିଁ । ମାତ୍ର ପଡିଆକୁ ଫୁଟବଲକୁ ଫେରିବା ଆରମ୍ଭ ହୋଇଯାଇଛି । ପ୍ରଥମେ ୟୁରୋପର ବୁନ୍ଦେସଲିଗା ପରେ ଖୁବଶ୍ରୀଘ୍ର ଇଂଲଣ୍ଡର ଇଂଲିସ ଫୁଟବଲ ଚମ୍ପିଆନସିପ ଆରମ୍ଭ ହେବାକୁ ଯାଉଛି ।
ଜୁନ 20ରେ ଏହି ମେଗା ଫୁଟବଲ ଲିଗ ଆରମ୍ଭ ନେଇ ପ୍ରସ୍ତୁତ ହେଉଛି । ପ୍ରାୟ 108ଟି ସିଜନ ମ୍ୟାଚ ରହିଥିବା ଜଣାପଡିଛି । ତେବେ ଚମ୍ପିଆନସିପର ପ୍ଲେ-ଅଫ ଫାଇନାଲ ଜୁଲାଇ 30 ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ୟୁନାଇଟେଡ କିଙ୍ଗଡମ୍ ସରକାର ଜୁନ ପହିଲାରୁ ଦେଶରେ ପ୍ରତିଯୋଗିତା ମୂଳକ କ୍ରୀଡା ଆରମ୍ଭ ନେଇ ଅନୁମତି ପ୍ରଦାନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ