ETV Bharat / sports

ଓନାମ୍ ବେମବେମ ଦେବୀ ପ୍ରଥମ ମହିଳା ଫୁଟବଲର ଭାବେ 'ପଦ୍ମଶ୍ରୀ'ରେ ସମ୍ମାନିତ

author img

By

Published : Nov 9, 2021, 9:44 AM IST

ପ୍ରଥମ ଭାରତୀୟ ମହିଳା ଫୁଟବଲର୍ ଭାବେ ଓନାମ୍ ବେମବେମ ଦେବୀ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଅଧିକ ପଢନ୍ତୁ...

ଓନାମ୍ ବେମବେମ ଦେବୀ ପ୍ରଥମ ମହିଳା ଫୁଟବଲର ଭାବେ 'ପଦ୍ମଶ୍ରୀ'ରେ ସମ୍ମାନିତ
ଓନାମ୍ ବେମବେମ ଦେବୀ ପ୍ରଥମ ମହିଳା ଫୁଟବଲର ଭାବେ 'ପଦ୍ମଶ୍ରୀ'ରେ ସମ୍ମାନିତ

ନୂଆଦିଲ୍ଲୀ: 'ଭାରତୀୟ ଫୁଟବଲର ଦୁର୍ଗା' ଓନାମ୍ ବେମବେମ ଦେବୀ ପ୍ରଥମ ଭାରତୀୟ ମହିଳା ଫୁଟବଲର୍ ଭାବେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି । ଗତକାଲି(ସୋମବାର) ଓନାମ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସେ ଏହି ରାଷ୍ଟ୍ରୀୟ ପୁରସ୍କାର ଗ୍ରହଣ କରିଛନ୍ତି । ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ୍ (AFF)ର ସଭାପତି ପ୍ରଫୁଲ୍ଲ ପଟେଲ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, 'ଅଭିନନ୍ଦନ! ଏହା ଭାରତୀୟ ଫୁଟବଲ ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ ଅଟେ । ମୁଁ ଆଶା କରୁଛି ମହିଳାମାନେ ତାଙ୍କଠାରୁ ପ୍ରେରଣା ପାଇବେ ଏବଂ ଭାରତୀୟ ମହିଳା ଫୁଟବଲକୁ ଆହୁରି ଆଗକୁ ନେଇଯିବେ।'

ଅଲ ଇଣ୍ଡିଆ ଫୁଟବଲ ଫେଡେରେସନର ସାଧାରଣ ସମ୍ପାଦକ କୁଶଲ ଦାସ ତାଙ୍କ ବିବୃତ୍ତିରେ କହିଛନ୍ତି 'ବେମବେମ ଏକ ଜୀବନ୍ତ କିମ୍ବଦନ୍ତୀ ଏବଂ ବର୍ଷ ବର୍ଷ ଧରି ଭାରତୀୟ ମହିଳା ଫୁଟବଲର ପତାକା ଉତ୍ତୋଳନ କରିଛନ୍ତି । 2022 ହେଉଛି ଭାରତରେ ମହିଳା ଫୁଟବଲର ବର୍ଷ । ସେ ଏସିଆନ୍ କପ୍ ଇଣ୍ଡିଆ 2022, ଏବଂ ପରେ ଫିଫା U17 ଫିଫା ବିଶ୍ୱକପ୍ ଇଣ୍ଡିଆ 2022ର ପତାକା ଉତ୍ତୋଳନ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.