କୋଲକାତା: ଇଣ୍ଡିଆନ ସୁପର ଲିଗ୍ ଟିମ ଏଫସି ଗୋଆ ହାତେଇଲା ୧୩୦ତମ ଦୁରନ୍ଦ କପ୍ ଫୁଟବଲ ଚମ୍ପିଆନସିପ୍ର ତାଜ୍ । ଫାଇନାଲରେ ଏକ୍ଟଟ୍ରା ଟାଇମରେ ମୋହମ୍ମେଦନ ସ୍ପୋର୍ଟିଂକୁ ୧-୦ରେ ହରାଇ ପ୍ରଥମ ଟାଇଟେଲ ବିଜେତା ହେଇଛି ।
-
THE CHAMPIONS OF DURAND CUP'21- FC GOA 🥇
— Durand Cup (@thedurandcup) October 3, 2021 " class="align-text-top noRightClick twitterSection" data="
With an unbeaten run throughout the campaign, the Gaurs proved to be the most resilient side with a successful Heist to claim the Silverware🏆⚽#DurandCup2021 #Kolkata #football #aiff #cherrytree #FCG #ForcaGoa #RiseAgain #Uzzo #MDSPFCG pic.twitter.com/Qhz1Xa4EC1
">THE CHAMPIONS OF DURAND CUP'21- FC GOA 🥇
— Durand Cup (@thedurandcup) October 3, 2021
With an unbeaten run throughout the campaign, the Gaurs proved to be the most resilient side with a successful Heist to claim the Silverware🏆⚽#DurandCup2021 #Kolkata #football #aiff #cherrytree #FCG #ForcaGoa #RiseAgain #Uzzo #MDSPFCG pic.twitter.com/Qhz1Xa4EC1THE CHAMPIONS OF DURAND CUP'21- FC GOA 🥇
— Durand Cup (@thedurandcup) October 3, 2021
With an unbeaten run throughout the campaign, the Gaurs proved to be the most resilient side with a successful Heist to claim the Silverware🏆⚽#DurandCup2021 #Kolkata #football #aiff #cherrytree #FCG #ForcaGoa #RiseAgain #Uzzo #MDSPFCG pic.twitter.com/Qhz1Xa4EC1
ରବିବାର ସନ୍ଧ୍ୟାରେ ବିବେକାନନ୍ଦ ଯୁବ ଭାରତୀ କ୍ରୀଡାଙ୍ଗନ(VYBK)ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ବିଜୟୀ ହୋଇଛି ଗୋଆ । ଭାରତର ସର୍ବପୁରାତନ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଏଫସି ଗୋଆର ଏହା ପ୍ରଥମ ଟାଇଟେଲ ବିଜୟ ।
ମ୍ୟାଚ୍ର ୧୦୫ତମ ମ୍ୟାଚ୍ରେ ଏଫସି ଗୋଆ କ୍ୟାପଟେନ ଇଦୁଆରଦୋ ବେଦିଆ ବିଜୟୀ ଗୋଲ୍ କରିଥିଲେ । ଏହି ପ୍ରଦର୍ଶନ ପରେ ମ୍ୟାନ ଅଫ୍ ଦ ମ୍ୟାଚ୍ ହୋଇଥିଲେ ଇଦୁଆରଦୋ । ଦୁଇ ଟିମ ମଧ୍ୟରେ ମ୍ୟାଚ୍ର ସଂପୂର୍ଣ୍ଣ ୯୦ ମିନିଟ ସମୟ ଛକାପଞ୍ଝା ଲାଗିରହିଥିଲା । ଫଳରେ ଗୋଲ୍ ଶୂନ୍ୟ ଭାବେ ମ୍ୟାଚ୍ ଶେଷ ହୋଇଥିଲା ।
ଏହାପରେ ଏକ୍ସଟ୍ରା ଟାଇମ(ଅତିରିକ୍ତ ସମୟ)ରେ ବିଜୟୀ ଗୋଲ୍ କରିବା ସହ ୪୦ ଲକ୍ଷ ଟଙ୍କାର ଚେକ୍ ନିଜ ନାମରେ କରିଥିଲା ଏଫସି ଗୋଆ । ରନର୍ସଅପ ହୋଇଥିବା ମୋହମ୍ମେଦନ ସ୍ପୋର୍ଟିଂକୁ ୨୦ ଲକ୍ଷର ଚେକ୍ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ