ETV Bharat / sports

ଅମ୍ପାନ କ୍ଷତିଗ୍ରସ୍ତଙ୍କୁ କରନ୍ତୁ ସାହାଯ୍ୟ: ସୁନୀଲ ଛେତ୍ରୀ - Sunil Chhetri

ବାତ୍ୟାରେ ଅମ୍ପାନରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅପିଲ କଲେ ସୁନୀଲ ଛେତ୍ରୀ । ଅଧିକ ପଢ଼ନ୍ତୁ...

Cyclone Amphan,  Chhetri urges people to reach out to needy,  help Amphan effected, ସୁନୀଲ ଛେତ୍ରୀ, Sunil Chhetri, ଅମ୍ପାନ କ୍ଷତିଗ୍ରସ୍ତଙ୍କୁ କରନ୍ତୁ ସାହାଯ୍ୟ
ଅମ୍ପାନ କ୍ଷତିଗ୍ରସ୍ତଙ୍କୁ କରନ୍ତୁ ସାହାଯ୍ୟ: ସୁନୀଲ ଛେତ୍ରୀ
author img

By

Published : Jun 8, 2020, 6:48 PM IST

ବେଙ୍ଗାଲୁରୁ: ଗତ ମାସରେ ପଶ୍ଚିମବଙ୍ଗକୁ ବହୁ ମାତ୍ରାରେ କ୍ଷୟକ୍ଷତି ଘଟାଇଥିବା ବାତ୍ୟା ଅମ୍ଫାନରେ ଯେଉଁ ବ୍ୟକ୍ତିମାନେ କ୍ଷତିଗ୍ରସ୍ତ ହୋଇ ଅନେକ କିଛି ହରାଇଛନ୍ତି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ସୋମବାର ଲୋକଙ୍କୁ ଅନୁରୋଧ କରିଛନ୍ତି ।

ଛେତ୍ରୀ ଟ୍ବିଟ କରି କହିଛନ୍ତି ଯେ, ‘‘ବାତ୍ୟା ଆମ୍ଫାନ ଆଉ ସମ୍ବାଦରେ ନଥାଇପାରେ, କିନ୍ତୁ ଏହା ଛାଡିଥିବା ବିନାଶର ପାଦଚିହ୍ନ ଖୁବ ଲମ୍ବା ଅଟେ।

“ଅନେକ ଲୋକଙ୍କ ବିଷୟରେ ଜାଣିବାକୁ ପାଇଲି ଯେଉଁମାନେ ନିଜର ଜୀବନ ଜୀବିକାକୁ ପୁଣିଥରେ ଗଢି ତୋଳିବାକୁ, ଆଉ ଏମାନଙ୍କ ଭିତରେ ଏମିତି କାହାଣୀ ଅଛି ଯାହା ଅତି କଷ୍ଟ ଦାୟକ ।’’

‘‘କେବଳ କହିବାକୁ ଚାହେଁ ଯଦି ଆମ ସମସ୍ତଙ୍କ ପକ୍ଷରେ ଯେତିକି ସମ୍ଭବ ହେଉଛି, ଯେଉଁମାନେ ସବୁ କିଛି ହଜିଯାଇଛନ୍ତି ସେମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସାହାଯ୍ୟ କଲେ ଖୁବ ଭଲ ହେବ । ଅନେକ ଲୋକ ଓ ସଙ୍ଗଠନ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ଛୋଟ ବଡ଼ କୌଣସି ପ୍ରକାରେ ଯଥା ସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତୁ,’’ ବୋଲି ଇଣ୍ଡିଆନ ସୁପର ଲିଗ୍ ଦଳ ବେଙ୍ଗାଲୁରୁ ଏଫ୍ସି ପାଇଁ ଖେଳୁଥିବା ଆଇକନ୍ ଭାରତୀୟ ଷ୍ଟ୍ରାଇକର କହିଛନ୍ତି । ତେବେ ଛେତ୍ରୀ ଇଷ୍ଟ ବେଙ୍ଗଲ ଓ ମୋହୁନ ବାଗାନ ପାଇଁ ଖେଳି ଅନେକ ସମୟ କୋଲକାତାରେ ଅତିବାହିତ କରିଛନ୍ତି ।

ବାତ୍ୟା ଅମ୍ଫାନ ମେ 20ରେ ଭୂପୃଷ୍ଟ ଛୁଇଁବା ପରେ ବିଭିନ୍ନ ଉପକୂଳବର୍ତ୍ତୀ ସହର ଏବଂ ଅନ୍ୟ ସହରରେ ବହୁ ଲୋକଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ଭୟଙ୍କର ପବନ ଓ ବର୍ଷା ସହିତ ଅନେକ କ୍ଷୟକ୍ଷତି ହୋଇଥିଲା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.